’ବର୍ଡର ୨’ ପୂର୍ବରୁ ଦର୍ଶକଙ୍କ ହୃଦୟକୁ ଛୁଇଁଛି ସନ୍ନି ଦେଓ୍ବଲଙ୍କ ଏହିସବୁ ଦେଶଭକ୍ତି ସିନେମା

1 min read

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଦେଶଭକ୍ତି ସିନେମା ଦର୍ଶକଙ୍କ ମହଲରେ ସବୁବେଳେ ଆଦୃତ ହୋଇଥାଏ । ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ ଦର୍ଶକେ ବେଶ ପସନ୍ଦ କରିଥିଲେ । ସନ୍ନି ଦେଓଲଙ୍କ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିବାବେଳେ ଏବେ ତାଙ୍କର ବହୁ ଫିଲ୍ମର ସ୍ବିକେଲ ଆସିବାକୁ ଯାଉଛି । ଏବେ ’ବର୍ଡର-୨’ ଆସିବାକୁ ଯାଉଛି । ଯାହାକି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି । ତେବେ ’ବର୍ଡର-୨’ ପୂର୍ବରୁ ବହୁ ଦେଶଭକ୍ତି ସିନେମା ଦର୍ଶକଙ୍କ ମହଲରେ ଆଦୃତ ହୋଇଛି । ତେବେ ଆସନ୍ତୁ ନଜର ପକାଇବା ସନ୍ନି ଦେଓଲଙ୍କ କିଛି ଦେଶଭକ୍ତି ସିନେମା ଉପରେ..

ଦ ହିରୋ : ୨୦୦୩ ମସିହାରେ ରିଲିଜ ହୋଇଥିବା ’ଦ ହିରୋ ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ’ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ପ୍ରିୟଙ୍କା ଚୋପ୍ରା ଏବଂ ପ୍ରିତି ଜିଣ୍ଟା ଏହି ଫିଲ୍ମରେ ସନ୍ନିଙ୍କ ସହ ଅଭିନୟ କରିଛନ୍ତି ।

ବର୍ଡର: ୧୯୯୭ ମସିହାରେ ରିଲିଜ ହୋଇଥିଲା ବର୍ଡର । ୧୯୭୧ ମସିହାରେ ଭାରତ- ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି । ପ୍ରତ୍ୟେକ ଚରିତ୍ର ବେଶ ଭଲଭାବେ ନିଭାଇଥିଲେ ।

ଯାହାର ଏବେ ପାର୍ଟ ୨ ଆସିବାକୁ ଯାଉଛି ।

ମା ତୁଝେ ସଲାମ:  ଦୁଧ ମାଙ୍ଗେଙ୍ଗେ ତେ କ୍ଷୀର ଦେଙ୍ଗେ, କାଶ୍ମୀର ମାଙ୍ଗେଙ୍ଗେ ତୋ ଜିର୍ ଦେଙ୍ଗେ । ଏହି ଡାଇଲଗଟି ବେଶ ଭାଇରାଲ ହୋଇଥିଲା । ବର୍ଡର ଫିଲ୍ମର ଏହି ଡାଇଲଗ ଦର୍ଶକଙ୍କ ବେଶ ପସନ୍ଦ ହୋଇଥିଲା । ଫିଲ୍ମର କାହାଣୀ ସାଙ୍ଗକୁ ଷ୍ଟାରକାଷ୍ଟ ଚର୍ଚ୍ଚାରେ ରହିଥିଲା ।

ଇଣ୍ଡିଆନ: ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଶିଳ୍ପା ସେଟ୍ଟୀ । ଡିସିପି ରାଜ ଶେଖର ଭୂମିକାରେ ନଜର ଆସିଥିବାବେଳେ ଫିଲ୍ମର ଗୀତଗୁଡ଼ିକୁ ବେଶ ପସନ୍ଦ କରିଥିଲେ ଦର୍ଶକେ ।

ଗଦର: ଗଦର ଏକ ପ୍ରେମ କଥା ଯାହାକି ଏକ ଦେଶଭକ୍ତି ଫିଲ୍ମ । ପାକିସ୍ତାନକୁ ଯାଇ ହିରୋଇନକୁ ଆଣିବା ଏବଂ ସେହି ସିନ୍ ସମସ୍ତଙ୍କର ବେଶ ମନେ ରହିଛି । ଏହାସହ ଗଦର-୨ ମଧ୍ୟ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିଲା ।