ଯେବେ ପେଟ୍ରୋଲ ପମ୍ପରେ ଗୁଣ୍ଡାଙ୍କ ସହ ହୋଇଥିଲା ସନ୍ନି ଦେଓ୍ବଲଙ୍କ ଝଗଡ଼ା..

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ସନ୍ନି ଦେଓ୍ବଲଙ୍କ ଅଭିନୟ ଯେତିକି ଜ୍ବଳନ୍ତ ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ସ୍ବତନ୍ତ୍ର । ଯେଉଁଥି ପାଇଁ ଚର୍ଚ୍ଚାରେ ରହିଥାନ୍ତି ସନ୍ନି ଦେଓ୍ବଲ । ତେବେ ଆଜିକାଲି ସେ ନିଜର ଫିଲ୍ମ ଜାଟକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ଆକ୍ସନ ସିନ ସାଙ୍ଗକୁ ଦମଦାର ଡାଏଲଗ ପାଇଁ ଦର୍ଶକଙ୍କ ହୃଦୟରେ ସନ୍ନି ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେ ଗଦର ହେଉ କି, ଇଣ୍ଡିଆନ । ଏମିତି ଅନେକ ଫିଲ୍ମ ରହିଛି ଯେଉଁଥିରେ ସେ ଗୁଣ୍ଡାଙ୍କୁ ବେଶ ଧୂଲେଇ କରୁଥିବା ଦେଖିବାକୁ ମିଳିଛନ୍ତି । ତେବେ ବାସ୍ତବ ଜୀବନରେ ମଧ୍ୟ ୭ରୁ ୮ ଜଣ ଗୁଣ୍ଡା ତାଙ୍କୁ ଘେରିଥିଲେ । ଆଉ ଏହି ପୁରୁଣା କଥା କହିଛନ୍ତି ।

ରିଆଲିଟି ଶୋ୩ ବିଗବସକୁ ନିଜ ଫିଲ୍ମର ପ୍ରମୋସନ ଆସିଥିଲେ ସନ୍ନି । ଆଉ ଏହି ସମୟରେ ସଲମାନଙ୍କ ସାମ୍ନାରେ ସେ ନିଜର ଅନୁଭୂତି ବଖାଣିଛନ୍ତି । ୧୯୮୪ ମସିହାର କଥା । ଯେତେବେଳେ ସଲମାନ ବଲିଉଡରେ ଡେବ୍ୟୁ କରିନଥିଲେ । ମାତ୍ର ସେତେବେଳକୁ ସନ୍ନି ବେତାବ ଜରିଆରେ ବଲିଉଡରେ ଡେବ୍ୟୁ କରିସାରିଥିଲେ । ସେ କହିଛନ୍ତି କି, ଏକ ପେଟ୍ରୋଲ ପମ୍ପରେ ୭ରୁ ୮ ଜଣ ଗୁଣ୍ଡା ତାଙ୍କୁ ହଇରାଣ କରିଥିଲେ । ପ୍ରଥମେ ସେ ଏହାକୁ ଅଣଦେଖା କରିଥିଲେ । ମାତ୍ର ପରେ ଯେତେବେଳେ ସେମାନେ ଅଧିକ ହଇରାଣ କରିଥିଲେ ସନ୍ନି ବାଧ୍ୟ ହୋଇ ଚପଲ ଉଠାଇଥିବା କହିଛନ୍ତି । ଆଉ ଏହାପରେ ସେମାନେ ଦୌଡ଼ି ପଳାଇଥିଲେ । ସେପଟେ ଆମେ ଯଦି ଜାଟ ସମ୍ପର୍କରେ କହିବା ତାହେଲେ ପ୍ରଥମ ଦିନରେ ୯.୫ କୋଟି ଏହି ଫିଲ୍ମ ରୋଜଗାର କରିଥିଲା । ୪ ଦିନରେ ୪୦ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି ଏହି ଫିଲ୍ମ ।