spot_img

Latest Posts

ବକ୍ସ ଅଫିସରେ ଖଲବଲି ମଚାଇଛନ୍ତି ସନ୍ନି ଦେଓଲ: ୫ ଦିନରେ ଧୁରନ୍ଧରର ୫ ରେକର୍ଡ ଭାଙ୍ଗିଲା ବର୍ଡର-୨

ବକ୍ସ ଅଫିସରେ ଖଲବଲି ମଚାଇଛନ୍ତି ସନ୍ନି ଦେଓଲ: ୫ ଦିନରେ ଧୁରନ୍ଧରର ୫ ରେକର୍ଡ ଭାଙ୍ଗିଲା ବର୍ଡର-୨

ନନ୍ଦିଘୋଷ ବ୍ୟୁର: ପୁଣି ହିନ୍ଦି ସିନେମା ଜଗତରେ ଆକ୍ସନ ହିରୋ ସନ୍ନି ଦେଓଲଙ୍କ ଜଲଓ୍ବା । ୨୦୨୩ ପରେ ପୁଣି ଥରେ ବଡ଼ ପରଦାରେ ଖଲବଲି ମଚାଇଛି ସନ୍ନିଙ୍କ ବର୍ଡର-୨ । ଫିଲ୍ମକୁ ଭଲ ରେସପନ୍ସ ମିଳୁଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଧୁରନ୍ଧରର ୫ଟି ରେକର୍ଡ ଭାଙ୍ଗି ଦେଇଛି ବର୍ଡର-୨ । କିଛିଦିନ ପୂର୍ବେ ଧୁରନ୍ଧର ବଡ଼ ପରଦାରେ ଧୁମ ମଚାଇଥିଲା । ଧୁରନ୍ଧର ଯାଉ ଯାଉ ବର୍ଡର-୨ ଫିଲ୍ମକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଆସିବାରେ ଲାଗିଛି ।

ରଣବୀର ସିଂଙ୍କ ଧୁରନ୍ଧର ଆସୁ ଆସୁ ବକ୍ସ ଅଫିସରେ ଧମାକ ଆରମ୍ଭ କରିଦେଇଥିଲା । ସମୟ ଗଡ଼ିବା ସହ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଥିଲା । ଏବେ ୨୦୨୬ରେ ଏମିତି କମାଲ ବର୍ଡର-୨ କରୁଥିବା ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା ସନ୍ନି ଦେଓଲଙ୍କ ବର୍ଡର-୨, ୫ ଦିନରେ ଧୁରନ୍ଧରର କେଉଁ ୫ଟି ରେକର୍ଡ ଭାଙ୍ଗିଛି ।

ପ୍ରଥମ ରେକର୍ଡ

୨୦୨୫ରେ ଧୁରନ୍ଧର ଆସିବା ପୂର୍ବରୁ ମାହୋଲ ବନାଇ ଦେଇଥିଲା । ଆଡଭାନ୍ସ ବୁକିଂ ମାମଲାରେ ଏହି ଫିଲ୍ମ ୯.୨୩ କୋଟି ଟଙ୍କା କଲେକ୍ସନ କରିଥିଲା । ହେଲେ ୨୦୨୬ ଗଣତନ୍ତ୍ର ଦିବସରେ ରିଲିଜ ହୋଇଥିବା ବର୍ଡର-୨ ଏହି ମାମଲାରେ ଧୁରନ୍ଧରକୁ ପଛରେ ପକାଇ ଦେଇଛି । ଆଡଭାନ୍ସ ବୁକିଂରେ ବର୍ଡର-୨ର କଲେକ୍ସନ ୧୨.୫୦ କୋଟି ଟଙ୍କା ରହିଥିଲା ।

ଦ୍ବିତୀୟ ରେକର୍ଡ

ଧୁରନ୍ଧର ଫିଲ୍ମ ଓପ୍ନିଂ ଡେ’ରେ ୨୮ କୋଟି ଟଙ୍କା କଲେକ୍ସନ କରିଥିଲା । ଯାହାକୁ ସର୍ବକାଳୀନ ରେକର୍ଡ କୁହାଯାଉଥିଲା । ହେଲେ ଏହାଠାରୁ ବି ଅଧିକ ହୋଇଗଲା ସନ୍ନି ପାଜିଙ୍କ ବର୍ଡର-୨ର ପ୍ରଥମ ଦିନ କଲେକ୍ସନ । ବର୍ଡର-୨ ପ୍ରଥମ ଦିନରେ ଧୁରନ୍ଧରକୁ ପଛରେ ପକାଇ ୩୦ କୋଟି ଟଙ୍କା ରୋଜଗାର କରିଛି ।

ତୃତୀୟ ରେକର୍ଡ

କେବଳ ଭାରତ ନୁହେଁ, ଧୁରନ୍ଧର ବିଦେଶରୁ ବି ଧୁମ ରୋଜଗାର କରିଛି । ପ୍ରଥମ ଦିନ ଧୁରନ୍ଧରର ଓ୍ବାଲ୍ଡ ଓ୍ବାଇଡ କଲେକ୍ସନ ୪୦ କୋଟି ଟଙ୍କା ଥିଲା । ଆଉ ଏଠାରେ ବି ବର୍ଡର-୨, ଧୁରନ୍ଧରକୁ ପଛରେ ପକାଇ ଦେଇଛି । ବର୍ଡର-୨ ପ୍ରଥମ ଦିନରେ ଓ୍ବାଲ୍ଡ ଓ୍ବାଇଡ ୪୧ କୋଟି ଟଙ୍କା କଲେକ୍ସନ କରିଛି ।

ଚତୁର୍ଥ ରେକର୍ଡ

ଚତୁର୍ଥ ରେକର୍ଡ ବହୁତ କ୍ଷେତ୍ରରେ ଖାସ ରହିବ । ବିଶ୍ବାସ ରହିଛି, ରିଲିଜ ହେବା ପରେ ପ୍ରାୟତଃ ସବୁ ଫିଲ୍ମର କଲେକ୍ସନ ଓ୍ବିକ୍ ଏଣ୍ଡ ପରେ କମିଥାଏ । ହେଲେ ଧୁରନ୍ଧର କ୍ଷେତ୍ରରେ ଏମିତି ଦେଖିବାକୁ ମିଳି ନଥିଲା । ଓ୍ବିକେଣ୍ଡ ପରେ ବି ଏହି ଫିଲ୍ମକୁ ପ୍ରଥମ ଦିନ ପରି ଭଲ ପାଇବା ମିଳିଥିଲା । ହେଲେ ସନ୍ନି ଦେଓଲଙ୍କ ବର୍ଡର-୨ ସବୁ ସମୀକରଣକୁ ଓଲଟପାଲଟ କରିଦେଇଛି । ଏହି ଫିଲ୍ମ ସୋମବାରକୁ ରବିବାରଠାରୁ ଅଧିକ ରୋଜଗାର କରିଛି । ଫିଲ୍ମଟି ପ୍ରାୟ ୬୦ କୋଟି ଟଙ୍କାର କଲେକ୍ସନ କରିଛି ।

ପଞ୍ଚମ ରେକର୍ଡ

ପ୍ରଥମ ଓ୍ବିକେଣ୍ଡ କଲେକ୍ସନ ଘଟଣାରେ ବି ରଣବୀର ସିଂଙ୍କ ଧୁରନ୍ଧର ଉପରେ ସନ୍ନି ଦେଓଲଙ୍କ ବର୍ଡର-୨ର ପ୍ରାଧାନ୍ୟ ଦେଖିବାକୁ ମିଳିଛି । ତିନିଦିନରେ ଧୁରନ୍ଧର ୧୦୩ କୋଟି ଟଙ୍କା କରିଥିବା ବେଳେ ବର୍ଡର-୨ ୧୨୧ କୋଟି ଟଙ୍କା କଲେକ୍ସନ କରିଛି ।

Latest Posts

Don't Miss