ପ୍ରତୀକ୍ଷାର ହେବ ଅବସାନ ; ଖୁବ୍ ଶୀଘ୍ର ପୃଥିବୀ ଫେରିବେ ମହାକାଶଚାରିଣୀ ସୁନୀତା ୱିଲିୟମ

1 min read

ନନ୍ଦିଘୋଷ ବ୍ୟୁରୋ : ମହାକାଶରେ ଫସି ରହିଥିବା ମହାକାଶଚାରିଣୀ ସୁନୀତା ଓ୍ବିଲିୟମ୍ସ ଓ ବଚ ଓ୍ବିଲମୋରଙ୍କୁ ଆଣିବା ଲାଗି ଆଜିଠାରୁ ଆରମ୍ଭ ହେବ ପ୍ରକ୍ରିୟା । ଆଜି ଆନ୍ତର୍ଜାତିକ ମହାକାଶ ଷ୍ଟେସନ ଅଭିମୁଖେ ବାହାରିବ ଏଲନ ମସ୍କଙ୍କ ସ୍ପେସ ଏକ୍ସ ଡ୍ରାଗନ । ଗତବର୍ଷ ଜୁନ ୫ରେ ଫ୍ଲୋରିଡାରୁ ବୋଇଂ ଷ୍ଟାରଲାଇନରକୁ ଉତକ୍ଷେପଣ କରାଯାଇଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇ ମହାକାଶଚାରୀଙ୍କୁ ଫେରାଇ ଅଣାଯାଇପାରୁନାହିଁ । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମିସନ ଆରମ୍ଭ ହେବ ।

ଡ୍ରାଗନ ସ୍ପେସକ୍ରାଫ୍ଟରେ ଯିବାକୁ ଥିବା ଚାରି ମହାକାଶଚାରୀ ହେଉଛନ୍ତି ଆନ୍ନେ ମାକଲେନ, ଆୟର୍ସ ନିକୋଲ ଆୟର୍ସ, ତାକୁୟା ଅନିସି ଓ କିରିଲ ପେସକୋଭ । ଫାଲକନ-୯ରୁ ଅଲଗା ହୋଇଯିବା ପରେ ଡ୍ରାଗନ ସ୍ପେସକ୍ରାଫ୍ଟ ସ୍ପେସ ଷ୍ଟେସନର ନିକଟବର୍ତ୍ତୀ ହେବ । ପରେ ସେଥିରେ ମହାକାଶଚାରୀ ଫେରିବେ । ତେବେ ଏହି ପ୍ରସଙ୍ଗକୁ ନେଇ ଆମେରିକା ରାଜନୀତି ଜୋର ଧରିଛି । ପୂର୍ବତନ ବାଇଡେ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆସନ୍ତା ମାର୍ଚ୍ଚ ୧୯ କିମ୍ବା ୨୦ରେ ସୁନୀତା ଓ ଓ୍ବିଲମୋର ପୃଥିବୀ ଫେରିବା ସମ୍ଭାବନା ରହିଛି ।