କରୋନା ସଂକ୍ରମଣ ବଢ଼ିବା କାରଣରୁ ସିଲ୍‌ ହେଲା ବଲିଉଡ୍‌ ଅଭିନେତା ସୁନିଲ ଶେଟ୍ଟୀଙ୍କ ଘର

ମୁମ୍ବାଇ: ମୁମ୍ବାଇରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ମୁମ୍ବାଇର ଆଲ୍ଟାମାଉଣ୍ଟ ରୋଡରେ ଥିବା ପୃଥିବୀ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି। ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଘର ଏହି ବିଲଡିଂରେ ଅଛି। ବିଲ୍ଡିଂକୁ ସିଲ୍ କରିବାର କାରଣ ହେଉଛି ଏହି ବିଲ୍ଡିଂରେ ବାରମ୍ବାର କରୋନା ମାମଲା ବୃଦ୍ଧି ପାଇଥିଲା। ନିୟମ ଅନୁଯାୟୀ, ଯଦି କୌଣସି ବିଲ୍ଡିଂରେ ପାଞ୍ଚଟି କରୋନା ମାମଲା ଦେଖାଯାଏ, ତେବେ ଏହାକୁ ସିଲ୍ କରିବା ଆବଶ୍ୟକ। ତେବେ ପ୍ରଶଂସକମାନେ ଜାଣି ଖୁସି ହେବେ ଯେ ସୁନୀଲ ଶେଟ୍ଟୀ ଏବଂ ତାଙ୍କ ପରିବାର ବର୍ତ୍ତମାନ ମୁମ୍ବାଇରୁ ବାହାରେ ରହିଛନ୍ତି। ସେଥିପାଇଁ କରୋନାକୁ ନେଇ ତାଙ୍କ ଉପରେ କୌଣସି ପ୍ରଭାବ ନାହିଁ।

ଏହି ବିଲଡିଂରେ ୩୦ ମହଲା ଏବଂ ୧୨୦ ଫ୍ଲାଟ ଅଛି। ଏହି କୋଠାକୁ ସିଲ୍ କରାଯାଇଛି ବୋଲି ମୁମ୍ବାଇର ଡି ୱାର୍ଡର ସହକାରୀ କମିଶନର ପ୍ରଶାନ୍ତ ଗାଇକୱାଡ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ମୁମ୍ବାଇର ଡି ୱାର୍ଡରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ୧୦ ଟି ସ୍ଥାନକୁ ସିଲ୍ କରାଯାଇଛି। ଏଥିରେ ମାଲାବାର ହିଲ ଏବଂ ପେଡର୍ ରୋଡ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

Leave a Reply