ରାମାୟଣ ପୂର୍ବରୁ ମଧ୍ୟ ଏକାଠି କାମ କରିଛନ୍ତି ‘ସୀତା-ଲକ୍ଷ୍ମଣ’… ଫଟୋ ଭାଇରାଲ
1 min readମୁମ୍ବାଇ: ଲକଡାଉନ୍ ପରଠୁ ପ୍ରସିଦ୍ଧ ଟିଭି ଶୋ’ ରାମାୟଣ ଏବେ ବେଶ ଚର୍ଚ୍ଚାରେ ଅଛି । ଦୁରଦର୍ଶନରେ ପ୍ରସାରିତ ହେବା ଅନେକ ବର୍ଷ ପରେ ଏହି ଶୋ ପୁଣି ଥରେ ଟେଲିକାଷ୍ଟ କରାଯାଉଛି । ତେବେ ରାମାୟଣ ଶୋ’ରେ ରାମ ଭୂମିକାରେ ଅରୁଣ ଗୋବିଲ ଓ ସୀତା ଭୂମିକାରେ ଦୀପିକା ଚିଖାଲିଆ ଅଭିନୟ କରିଛନ୍ତି । ଅପରପକ୍ଷରେ ଲକ୍ଷ୍ମଣଙ୍କ ଭୂମିକାରେ ସୁନୀଲ ଲାହିରି ଏବଂ ରାବଣ ଭୂମିକାରେ ଅରବିନ୍ଦ ତ୍ରିବେଦୀ ନଜର ଆସିଛନ୍ତି । ତେବେ ରାମାୟଣ ରିଟେଲିକାଷ୍ଟ ଯୋଗୁଁ ଏବେ ଏହାର କଳାକାରମାନେ ସୋସିଆଲ ମିଡିଆରେ ବେଳ ଚର୍ଚ୍ଚାରେ ଅଛନ୍ତି।
Myself and Deepika ji in a serial before Ramayan pic.twitter.com/F5HvyExwLP
— Sunil lahri (@LahriSunil) April 25, 2020
ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲାହିରି ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସୀତା ତଥା ଦୀପିକା ଚିଖାଲିଆଙ୍କ ସହ ନଜର ଆସିଛନ୍ତି। ଟୁଇଟରରେ ସୁନୀଲ ଏହି ଫଟୋ ସେୟାର କରି କ୍ୟାପସନରେ ” ମୁଁ ଏବଂ ଦୀପିକା ରାମାୟଣ ପୂର୍ବରୁ ଏକ ସିରିଏଲରେ” ବୋଲି ଲେଖିଛନ୍ତି । ରାମାୟଣ ସିରିଏଲ ପୂର୍ବରୁ ମଧ୍ୟ ଉଭୟ ଗୋଟେ ସିରିଏଲରେ ଏକାଠି କାମ କରିସାରିଥିଲେ ।
ଏହା ବ୍ୟତୀତ ସୁନୀଲ ରାମାୟଣର ରିଟେଲିକାଷ୍ଟରେ କିଛି ଦୃଶ୍ୟ କାଟିବା ବିଷୟରେ ମଧ୍ୟ କହିଛନ୍ତିଲ । ତାଙ୍କ କହିବା ଅନୁସାରେ ‘ଏହା ସତ୍ୟ ଯେ ଲକ୍ଷ୍ମଣ-ଉର୍ମିଲାଙ୍କୁ ଭେଟିବାର ପ୍ରସଙ୍ଗ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। । ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ସବୁ କଥା ପ୍ରକାଶ କରନ୍ତି । ଅବଶ୍ୟ ସୁନୀଲ ଜାଣିନାହାନ୍ତି ଯେ,କେଉଁ କାରଣ ଯୋଗୁଁ ଦୁରଦର୍ଶନରେ କିଛିଟା ଦୃଶ୍ୟ ଏଡିଟ କରାଯାଇଥିଲା, ହେଲେ ଏଥିପାଇଁ ସେ ମଧ୍ୟ ଦୁଃଖିତ । ତେବେ ଲକଡାଉନ୍ ପାଇଁ ରାମାୟଣର ରିଟେଲିକାଷ୍ଟ ଆରମ୍ଭ ହୋଇଥିଲା ଏବଂ ଏହା ହିଟ୍ ହେବାରେ ସଫଳ ହୋଇଛି । ଏହା କେବଳ ଲୋକଙ୍କ ମଧ୍ୟରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଜବରଦସ୍ତ ଚର୍ଚ୍ଚାର ବିଷୟ ପାଲଟିଛି।