କରୋନାରେ ଚାଲିଗଲେ ପ୍ରଖ୍ୟାତ ପରିବେଶବିତ୍ ପଦ୍ମ ବିଭୂଷଣ ସୁନ୍ଦର ଲାଲ ବହୁଗୁଣା

ଆଉ ନାହାନ୍ତି ପ୍ରଖ୍ୟାତ ପରିବେଶବିତ୍‌ ତଥା ପଦ୍ମ ବିଭୁଷଣ ସୁନ୍ଦର ଲାଲ ବହୁଗୁଣା  । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆଜି ଆଖି ବୁଜିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ଋଶିକେଶ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ୧୦ ଦିନ କାଳ କରୋନା ସହ ଲଢ଼େଇ କରିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି  । ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମଧୁମେହ ଯୋଗୁଁ ସେ ଗୁରୁତର ହୋଇପଡିଲେ । ତାଙ୍କ ଅକ୍ସିଜେନ ସ୍ତର ମଧ୍ୟ କ୍ରମାଗତ ହ୍ରାସ ପାଉଥିଲା ବୋଲି ଡାକ୍ତର କହିଛନ୍ତି  । ଚିପକୋ ମୁଭମେଣ୍ଟର ଅନ୍ୟତମ ନେତା ସୁନ୍ଦରଲାଲ ହିମାଳୟରେ ଥିବା ଜଙ୍ଗଲଗୁଡ଼ିକର ସଂରକ୍ଷଣ ପାଇଁ ଦୀର୍ଘ ବର୍ଷ ହେଲା ଲଢ଼େଇ କରୁଥିଲେ । ୧୯୭୦ ମସିହା ଚିପକୋ ମୁଭମେଣ୍ଟ ଓ ୧୯୮୦ର ତେହରି ଡ୍ୟାମ ବିରୋଧୀ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଏଥିସହିତ ପଢ଼ନ୍ତୁ: କରୋନାରେ ମୃତ ବୃଦ୍ଧାଙ୍କ ମରଶରୀରକୁ ଶ୍ମଶାନରୁ ଉଠାଇ ଆଣିଲା ପ୍ରଶାସନ: ନୟାଗଡ଼କୁ କଲା ସ୍ଥାନାନ୍ତର

Leave a Reply