ଆଳୁ ଓ ପିଆଜ ଦର ଉପରେ ଲଗାମ କଷିଲା ପ୍ରଶାସନ

Sundergarh District Administration Fixed Selling Price Of Onions & Potatoes

ରାଉରକେଲା: ବର୍ଷା ଓ ବନ୍ୟା ପରେ ରାଜ୍ୟରେ ପରିବା ଦର ବଢ଼ି ବଢ଼ି ଚାଲିଛି । ପିଆଜ ଦର କେଜି ପିଛା ୫୦ ଟଙ୍କା ଛୁଇଁଥିବା ବେଳେ ୩୦ ତଳକୁ ଖସୁନି ଆଳୁ । ପନିପରିବାର ବଢ଼ି ଚାଲିଥିବା ଦର ନିୟନ୍ତ୍ରଣ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି । ନିର୍ଦ୍ଧାରିତ ଦରରେ ଆଳୁ ଓ ପିଆଜ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ।

Sundergarh District Administration Fixed Selling Price Of Onions & Potatoes

ପିଆଜର ହୋଲସେଲ ଦର କେଜି ପିଛା ୩୬ରୁ ୩୭ ଟଙ୍କା ଓ ଖୁଚୁରା ଦର କେଜି ପିଛା ୪୩ ରୁ ୪୪ ଟଙ୍କାରେ ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଳୁର ହୋଲସେଲ ଦର କେଜି ପିଛା ୨୮ରୁ ୨୯ ଟଙ୍କା ଓ ଖୁଚୁରା ଦର ୩୩ରୁ ୩୪ ଟଙ୍କା ସ୍ଥିର କରାଯାଇଛି ।

Sundergarh District Administration Fixed Selling Price Of Onions & Potatoes

ଯଦି କେହି ବିକ୍ରେତା ଧାର୍ଯ୍ୟ ମୂଲ୍ୟରୁ ଅଧିକ ଦରରେ ଆଳୁ ଓ ପିଆଜ ବିକ୍ରି କରନ୍ତି ତାହାଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।

Leave a Reply