ରବିବାର ବିବାହ ବନ୍ଧନରେ ବାନ୍ଧିହେବେ ପରିଣୀତି-ରାଘବ

1 min read

ରାଜସ୍ଥାନ: ଶନିବାର ମଙ୍ଗନ ରବିବାର ବାହାଘର। ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିବେ ରାଘବ ଚଢ଼ା ଏବଂ ପରିଣୀତି ଚୋପ୍ରା । ରବିବାର ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ ଡିଭା ପରିଣୀତି ଚୋପ୍ରା ଓ ଆପ ନେତା ରାଘବ ଚଢା । ଦୁହେଁ ରାଜକୀୟ ଅନ୍ଦାଜରେ ରାଜସ୍ଥାନ ଉଦୟପୁରରେ ବିବାହ କରିବେ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶନିବାର ସାଢେ ୧୧ଟାରେ ହଳଦୀ ମହେନ୍ଦୀ ନୀତି ସମ୍ପନ୍ନ ହୋଇଛି । ଦୁହେଁ ପରିବାର ଲୋକଙ୍କ ଗହଣରେ ହଲଦୀ ଲଗାଇ ବିବାହର ସ୍ବାଗତ କରିଛନ୍ତି ।

ହଳଦୀ ରୀତି ଶେଷ ପରେ ସମସ୍ତ ଅତିଥିଙ୍କ ପାଇଁ ଲଞ୍ଚ ବ୍ୟବସ୍ଥା କରାଯାଇଛି । ଶୁକ୍ରବାରଠାରୁ  ଉଭୟ ପରିବାରର ସଦସ୍ୟ ଉଦୟପୁରରେ ପହଞ୍ଚିଛନ୍ତି । ଉଭୟ ବରକନ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଉଦୟପୁର ଏୟାରପୋର୍ଟରେ ବାଜା ବଜାଇ ପରିଣୀତି-ରାଘବଙ୍କ ଗ୍ରାଣ୍ଡ ଓ୍ବେଲକମ୍ କରାଯାଇଥିଲା । ଉଦୟପୁରରେ ବିବାହର ପ୍ରସ୍ତୁତି ମଧ୍ୟ ଜୋର୍ସୋରରେ ଚାଲିଥିବାବେଳେ ବଡ ଭଉଣୀ ପ୍ରିୟଙ୍କା ଚୋପ୍ରା ବିବାହରେ ଯୋଗଦେବେନି ବୋଲି ଜଣାପଡିଛି । ତେବେ ଉଦୟପୁରରେ ଦୁଇ ଲଭ ବାର୍ଡ ଜୀବନର ସବୁଠୁ ମୂଲ୍ୟବାନ ମୁହୂର୍ତ୍ତକୁ ଭରପୁର ସେଲିବ୍ରେଟ କରୁଛନ୍ତି । ପ୍ରେମର ରଙ୍ଗରେ ଉଭୟ ମସଗୁଲ । ଲୀଲା ପ୍ୟାଲେସରେ ବିବାହ ହେବ । ପ୍ରତିଷ୍ଠିତ ଡ୍ରେସ ଡିଜାଇନର ମନୀଷ ମାଲହୋତ୍ରା ପରିଣୀତିଙ୍କ କରିଛନ୍ତି ଲେହେଙ୍ଗା ଡିଜାଇନ।