ବିଶ୍ୱସ୍ତରୀୟ ଅନୁମୋଦନ ପାଇଲା ରିସର୍ଚ୍ଚ ସ୍କୋଲାର ରୁଦ୍ର ଚରଣ ମାଝୀଙ୍କ କାବ୍ୟ

1 min read

ସୁନ୍ଦରଗଡ଼: ଗୋଲଡେନ୍ ବୁକ୍ ଅଫ୍ ଓ୍ବାର୍ଲ୍ଡରେ ରିସର୍ଚ୍ଚ ସ୍କୋଲାର ରୁଦ୍ର ଚରଣ ମାଝୀଙ୍କ କାବ୍ୟ । ସୁନ୍ଦରଗଡ଼ ଜିଲ୍ଲା ବଣେଇ ଜୁନିଆଣୀ ଗାଁର ଏହି ଉଦୀୟମାନ ତାରକାଙ୍କ ଲେଖା ଏବେ ବିଶ୍ବସ୍ତରୀୟ ଅନୁମୋଦନ ପାଇଛି । ଦେଶର ଅର୍ଜୁନ ପୁରସ୍କାର ପ୍ରାପ୍ତ ୧୩୧ ଜଣ ଖେଳାଳୀଙ୍କୁ ନେଇ ରୁଦ୍ର ଚରଣ ମାଝୀ କାବ୍ୟ ଲେଖିଥିଲେ । ସେଥିମଧ୍ୟରୁ ହକି ଖେଳାଳୀ ଇଗ୍ନେଶ ତିର୍କିଙ୍କ ବିଷୟରେ ଗୋବେଷଣାତ୍ମକ କାବ୍ୟ ଆନ୍ତର୍ଜାତୀୟ କାବ୍ୟ ସଂଗ୍ରହ ଅବସରରେ ‘ଗୋଲ୍ଡେନ ବୁକ ଅଫ ୱlର୍ଲ୍ଡ ରେକର୍ଡ’ ରେ ସ୍ଥାନ ପାଇଛି ।

ଆନ୍ତର୍ଜାତିକ ହ୍ୟୁମାନ ରାଇଟ କମିଶନ ଓ ସ୍ଫୋର୍ଟସ ଏକାଡେମି ଏସୋସିଏସନ ଅଫ ଇଣ୍ଡିଆ ତରଫରୁ ମଧ୍ୟ ଏହି ମହାନ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି । ଯାହା ଦେଶ ତଥା ରାଜ୍ୟ ପାଇଁ ସୁନାମ ଆଣିଥିବା ବେଳେ ରିସର୍ଚ୍ଚ ସ୍କୋଲାରଙ୍କୁ ପ୍ରଶଂସାର ସୁଅ ଛୁଟିଛି । ଇଗ୍ନେଶ ତିର୍କୀ ୨୦୦୧ରେ ଭାରତୀୟ ହକି ଦଳରେ ଯୋଗ ଦେଇଥିଲେ ।୨୦୦୧ରେ ମୁରୁଗାପ୍ପା ଗୋଲ୍ଡ କପରେ ଗୋଲ୍ଡେନ ଗୋଲ ତାଙ୍କ ପ୍ରତିଭାର ଅୟମାରମ୍ଭ ହୋଇଥିଲା ।

୨୦୦୩ ଏସିଆ କପରେ ପାକିସ୍ତାନ ବିରୁଦ୍ଧରେ ଶେଷ ମୁହୂର୍ତ୍ତରେ ବିଜୟୀ ସୂଚକ ଗୋଲ ଦେଇ ଭାରତକୁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ୨୦୦୪ ଏଥେନ୍ସ ଅଲିମ୍ପିକରେ ତାଙ୍କ ଭୂମିକା ଗରୁତ୍ବପୂର୍ଣ୍ଣ ଥିଲା । ଇଗ୍ନେଶ ତିର୍କୀଙ୍କ ଏହି ପ୍ରତିଭା ପାଇଁ ୨୦୦୩ରେ ଏକଲବ୍ୟ ପୁରସ୍କାର, ୨୦୦୯ରେ ଅର୍ଜୁନ ପୁରସ୍କାର, ୨୦୧୦ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ଯାହାକୁ ନେଇ ରୁଦ୍ର ଚରଣ ଗବେଶଣାତ୍ମକ କାବ୍ୟ ଲେଖିଥିଲେ ।

Leave a Reply