ଆଦାନୀ କମ୍ପାନୀର ଅଜବନୀତି, ସୁନ୍ଦରଗଡରେ ଖୋଳିବ ଖଣି

ନନ୍ଦିଘୋଷ ବ୍ୟୁରୋ: ଆଦାନୀ କମ୍ପାନୀର ଅଜବନୀତି । ସୁନ୍ଦରଗଡ ଖାଇବ ଧୂଳି ଧୁଆଁ, ହେଲେ ବଲାଙ୍ଗୀର ଓ ବରଗଡରେରେ ଲଗାହେବ ଗଛ କରାଯିବ ବନୀକରଣ । ଏହିଭଳି କିଛି  ବିଚିତ୍ର କାର୍ଯ୍ୟ କରିବାକୁ ଯାଉଛି ଆଦାନୀ କମ୍ପାନୀ। ଆଉ ଏହାରି ଭିତରେ ଆଦାନୀ ଓ ଗନ୍ଧମାର୍ଦ୍ଦନ ସତ ସାମ୍ନାକୁ ଆସିଛି । ପୂର୍ବରୁ ଥିବା ଘଞ୍ଚ ଜଙ୍ଗଲକୁ ଦେଖାଇ ଜଙ୍ଗଲ ସୃଷ୍ଟି କିରିଥିବା କହିବାକୁ ଆଦାନୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଆଉ ହଜାର ହଜାର କୋଟିର ମୁନାଫା ସହ ଗନ୍ଧମାର୍ଦ୍ଧନ ପାହାଡରୁ ବକ୍ସସାଇଟ ଲୁଟ୍ କରିବାକୁ ମନ୍ଦ ଉଦ୍ଦେଶ୍ୟ ରଖି ବଲାଙ୍ଗିରର ବିଭିନ୍ନ ସ୍ଥାନରେ ଜମି କିଣିଛି ଆଦାନୀ କମ୍ପାନୀ ।

ସୁନ୍ଦରଗଡରେ ଆଦାନୀ କମ୍ପାନୀ ଖଣି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛି । ଆବେଦନ ଚୁଡାନ୍ତ ହେବା ପୂର୍ବରୁ, ଗନ୍ଧମାର୍ଦ୍ଧନ ପାହାଡରୁ ବକ୍ସସାଇଟ ଲୁଟ୍ ପାଇଁ ଜାଲ ବିଛାଇଲାଣି କମ୍ପାନୀ । ସୁନ୍ଦରଗଡରେ ଖଣି , ବଲାଙ୍ଗୀର ଓ ବରଗଡରେ ବନୀକରଣ । ଜିଲ୍ଲାର ବହୁ ପୁରୁଣା ଜଙ୍ଗଲକୁ ଦେଖାଇ ନୂଆ ଜଙ୍ଗଲ ସୃଷ୍ଟି ଭ୍ରମ ସୃଷ୍ଟି କରୁଛି କମ୍ପାନୀ । ଭଲ କରି ଦେଖନ୍ତୁ ବଲାଙ୍ଗୀର ଡିଏଫଓଙ୍କ ଏହି ଚିଠିକୁ । ଚିଠି ସଂଖ୍ୟା ୮୫୨୬ , ଅଦାନୀ କୋଇଲାଖଣିର କ୍ଲଷ୍ଟର ହେଡ୍ ଙ୍କୁ ପତ୍ର ଲେଖିଛନ୍ତି ବଲାଙ୍ଗୀର ଡିଏଫଓ । ଏଥିରେ ଅଦାନୀ ସୁନ୍ଦରଗଡ ବିଜାହାଏନ ରେ କରିବାକୁ ଯାଉଥିବା କୋଇଲା ଖଣିର ଜଙ୍ଗଲ କ୍ଷତି ଭରଣା ପାଇଁ ବାଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ବନୀକରଣ କରିବା ପାଇଁ ଦିଆଯାଇଥିବା ଅନୁମତି  । ଏହି ଚିଠି ହିଁ ଅଦାନୀ ଓ ଗନ୍ଧମାର୍ଦ୍ଦନର ସତକୁ ଖୋଲି ପଦାକୁ ଆଣିଛି ।

ଆଦାନୀର କମ୍ପାନୀ  ମେସର୍ସ ମହାନଦୀ ମାଇନ୍ସ ଏଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ ବିଜାହାନରେ ୧୧୦୦ ହେକ୍ଟର ଜମିରେ ଖୋଲାମୁହଁ କୋଇଲା ଖଣି କରିବାର ଯୋଜନା ରଖିଛି  । ବାର୍ଷିକ ୫.୨୬ ମେଟ୍ରିକ ଟନ କୋଇଲା ଉତୋଳନ କରିବ କମ୍ପାନୀ । ଏହି ଖଣି ପାଇଁ ୧୦.୧୦.୨୦୨୨ ରେ କୋଇଲା ମନ୍ତ୍ରାଳୟ ଜମି  ଆବଂଟନ କରିଛି । ଏଥିରେ ୬୦୮.୬୪ ଜଙ୍ଗଲ ଜମି ରହିଛି ।  କେବଳ ଜଙ୍ଗଲ କିସମ ଜମି ନୁହଁ ବରଂ ଘଞ୍ଚ ଜଙ୍ଗଲ ବି ରହିଛି । ରିର୍ଜଭ ଫରେଷ୍ଟରେ ଘଞ୍ଚ ଜଙ୍ଗଲ ଯାହା ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଛି । ଆଦାନୀର ଏହି ଖଣି ହେଲେ ସୁନ୍ଦରଗଡ ଜିଲ୍ଲାର ମାନଚିତ୍ର ରୁ ୬୦୮.୬୪ ରିର୍ଜଭ ଫରେଷ୍ଟ ହଟିଯିବ । ଏହା ପାଇଁ ହେମଗିରି ବ୍ଲକର ବିଜାହାଏନ , ଭୋଗ୍ରାକଚ୍ଛା ଏବଂ ଝାରପଲମ ଗାଁ ପ୍ରଭାବୀତ ହେବ । ତେବେ ଅଦାନୀ କମ୍ପାନୀ ପାଇଁ ବହୁଳ ମାତ୍ରାରେ ଜଙ୍ଗଲ ନଷ୍ଟ ହେଉଥିବାରୁ ୪୯୫.୫୪ ହେକ୍ଟର ଜମିରେ ଘଞ୍ଚ ଜଙ୍ଗଲ କରିବା ପାଇଁ ପରିବେଶ ମନ୍ତ୍ରାଳୟ  ନିର୍ଦ୍ଦେଶ ଦେଇଛି । ଆଉ ଏଥିପାଇଁ ବାଲାଙ୍ଗୀରରେ ଜମି କିଣି ଗ୍ରୀନ ଫିଲ୍ଡ ପ୍ରସ୍ତୁତ କରିବା ପାଇଁ ଆଦାନୀର କମ୍ପାନୀ ଆରମ୍ଭ କରିଛି ଉଦ୍ୟମ ।

ସୁନ୍ଦରଗଡରେ ଖଣି ଆଉ ବଲାଙ୍ଗୀରରେ ଜଙ୍ଗଲ ଘଟଣାକୁ ନେଇ ଖଣି ହେବାକୁ ଥିବା ୪ଟି ଗ୍ରାମବାସୀ ବିରୋଧ କରିଛନ୍ତି । ଅଦାନୀ ସୁନ୍ଦରଗଡରେ ଖଣି କରି କଣ ପାଇଁ ବଲାଙ୍ଗୀରରେ ଜଙ୍ଗଲ ତିଆରି କରିବାକୁ ଯୋଜନା କରିଛି ବୋଲି ପ୍ରଶ୍ନ ଉଠିଛି । ଖଣି ପାଇଁ ଅଦାନୀକୁ ୧୧୦୦ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡିବ । ୨୦୧୩ ଆରଆର ଆକ୍ଟ ଅନୁସାରେ ବିସ୍ଥାପିତଙ୍କୁ ଟଙ୍କା ଏବଂ ସୁବିଧା ଦେବା ପାଇଁ ପଡିବ । ଯାହା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବ ଅଦାନୀ । ଆଉ ପୁଣି ଜଙ୍ଗଲ ସୃଷ୍ଟି ପାଇଁ ୪୯୫.୫୪ ହେକ୍ଟର ସୁନ୍ଦରଗଡରେ ଜମି ଅଧିଗ୍ରହଣ କରିବାକୁ ପଡିବ । ଯାହାର ମୂଲ୍ୟ ହଜାର ହଜାର କୋଟିରୁ ଅଧିକ ହେବ । ଏହି କ୍ଷତିରୁ ବର୍ତ୍ତିବା ପାଇଁ ଶାଗମାଛ ଦରରେ ଗନ୍ଧମାର୍ଦ୍ଦନ ପାଦଦେଶରେ ଜମି କିଣିବାରେ ଲାଗିଛି ଅଦାନୀ । ସେପଟେ ଗନ୍ଧମାର୍ଦ୍ଦନର ପାଦଦେଶରେ କିଣୁଥିବା ଜମି ଗୁଡିକରେ ପୂର୍ବରୁ ଜଙ୍ଗଲ ରହିଛି । ଏଠାରେ ଆଉ ଗଛ ଲଗାଇବା ପାଇଁ କି ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା କଂପାନୀକୁ ପଡିବ ନାହିଁ ।  ଯାହାଫଳରେ ଗଛ ଲଗାଇବା ପାଇଁ ଥିବା ହଜାର ହଜାର କୋଟିର ମୁନାଫା ଆଦାନୀ କମ୍ପାନୀ ହରିଲୁଟ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ସୁନ୍ଦରଗଡରେ ଖଣି ଖନନ ହବାକୁ ଥିବା ଅଞ୍ଚଳବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଭିବିଷ୍ୟତ ରେ ଆମେ ଧୁଳି ଧୂଆଁ ଖାଇବୁ , ଭିଟାମାଟି ଛାଡିବୁ, ଖଣିର କୋଇଲା ଗୁଣ୍ଡରେ ଜୀବନ ଜୀଇଁବୁ । ଆଉ ବଲାଙ୍ଗୀରରେ ଜଙ୍ଗଲ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।