ସୁନ୍ଦରଗଡ଼ କରମଡିହି ଗଣହତ୍ୟା ମାମଲା, ୧୩ ସନ୍ଦିଗ୍ଧ ସଦର ଥାନାରେ ଅଟକ
ସୁନ୍ଦରଗଡ଼: ସୁନ୍ଦରଗଡ଼ କରମଡିହି ଗଣହତ୍ଯା ମାମଲାରେ ୧୩ ସନ୍ଦିଗ୍ଧ ସଦର ଥାନାରେ ଅଟକ । ଅଟକଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ଜଣାପଡିଛି । ଗଣହତ୍ୟା ପରେ ଏମାନେ ସୁନ୍ଦରଗଡ଼ରୁ ଫେରାର ହୋଇ ଅନୁଗୋଳ ଫେରାର ହୋଇଯାଇଥିଲେ । ସେଠାରୁ ସମସ୍ତଙ୍କୁ ଉଠାଇ ଆଣିଛି ସନ୍ଦରଗଡ଼ ସଦର ଥାନା ପୋଲିସ ।
ଅକ୍ଟୋବର ୨୯ ତାରିଖ ରାତିରେ ହୋଇଥିଲା ହତ୍ଯାକାଣ୍ଡ । କରମଡିହି ଗିତପଡା ପଞ୍ଚାୟତ ନିକଟ ପଡ଼ିଆରେ ଅସ୍ଥାୟୀ ଟେଣ୍ଟରେ ରହୁଥିବା ଯାଯାବର ଗୋଷ୍ଠୀର ତିନି ମହିଳା ସମେତ ୫ ଜଣକୁ ନିର୍ମମ ଭାବେ ହାଣି ହତ୍ଯା କରାଯାଇଥିଲା ।
ମଙ୍ଗଳବାର ରାତିରେ ଘଘଟିଥିବା ଏହି ନରସଂହାରରେ ଅଟକ ୧୩ ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ମୁଣ୍ଡାବସ୍ତି ପଡିଆରୁ ସେମାନେ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ସୂଚନା ପାଇ ବଅଁରପାଳ ପୋଲିସ ସକାଳେ ଚଢ଼ଉ କରି ସେମାନଙ୍କୁ ଧରିଥିଲା । ସୁନ୍ଦରଗଡ଼ ପୋଲିସର ଏକ ୨୦ ଜଣିଆ ଟିମ୍ ବଅଁରପାଳ ଯାଇ ସେମାନଙ୍କୁ ହେପାଜତକୁ ନେଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଆକ୍ରମଣରେ ଗୁରୁତର ଅବିନାଶ ପାୱାରଙ୍କୁ ବଅଁରପାଳରୁ ଧମକପୂର୍ଣ୍ଣ ଫୋନ୍ ଆସୁଥିବା ସେ କହିଥିଲେ । ଉକ୍ତ ଫୋନ କଲକୁ ଆଧାର କରି ପୋଲିସ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ଥିଲା ।