ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ଗୁଳିମାଡ଼

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଗୁଳିମାଡ଼ । ବଡଗାଁ ଥାନା ଇତମା ନିକଟରେ ଗୁଳିମାଡ ହୋଇଛି । ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ହେଲେ କୁତ୍ରା ଥାନା କିରଙ୍ଗସେରାର ସୁବାସ ନାୟକ । ସୁବାସ ଜଣେ ପିକଅପ୍ ଭ୍ୟାନ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଗାଡ଼ି ଚଳାଇ ଆସୁଥିବାବେଳେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳିମାଡ କରିଥିଲେ । ଗୁଳିଟି ସୁବାସଙ୍କ ମୁହଁ ତଳେ ବାଜି ପାରହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । କିଏ କାହିଁକି ଗୁଳିମାଡ଼ କରିଛି ତାହା ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।