ସୁନ୍ଦରଗଡ଼ ସିଡିଏମଓଙ୍କ ନିଲମ୍ବନ ପ୍ରତ୍ୟାହାର, ସମ୍ବଲପୁରକୁ ବଦଳି

1 min read

ରାଜ୍ୟ ସରକାରଙ୍କ ୫-ଟି ଓ ମୋ-ସରକାର କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ହସ୍ପିଟାଲରେ ଠିକଭାବେ ଲାଗୁ ନକରିବାକୁ ନେଇ ନିଲମ୍ବିତ ହୋଇଥିବା ସିଡିଏମଓଙ୍କୁ ଆଶ୍ୱସ୍ତି । ଡାକ୍ତର ପଙ୍କଜ କୁମାର ପଟେଲଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ସ୍ବାସ୍ଥ୍ୟ ବିଭାଗ । ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯିବା ସହ ମେଡିସିନ୍ ବିଭାଗର ବରିଷ୍ଠ କନସଲଟାଣ୍ଟ ଭାବେ ନିଯୁକ୍ତି ମିଳିଛି । ମୋ-ସରକାର କାର୍ଯ୍ୟକ୍ରମର ସମୀକ୍ଷା ନେଇ ସଚିବମାନଙ୍କ ଜିଲ୍ଲା ଗସ୍ତବେଳେ ସୁନ୍ଦରଗଡ଼ ହସ୍ପିଟାଲରେ ଏହାକୁ ଠିକରେ ଲାଗୁ କରାଯାଇ ନଥିବା ନେଇ ଜଣାପଡ଼ିଥିଲା । ଏହାପରେ ଗତ ୧୩ ତାରିଖରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏ ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ରାଜ୍ୟ ଉନ୍ନୟନ କମିସନର ସୁରେଶ ମହାପାତ୍ର, NHM ନିର୍ଦେଶିକା ଶାଳିନ ପଣ୍ଡିତଙ୍କ ସହ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିୟାନ୍ ଗତ ୧୩ ତାରିଖରେ ସୁନ୍ଦରଗଡ ସରକାରୀ ଚିକିତ୍ସାଳୟ ଗସ୍ତରେ ଆସି ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ମୋ ସରକାର ଯୋଜନା ସଫଳତା ମିଳୁନଥିବା, ରୋଗୀଙ୍କ ରକ୍ତ ପରୀକ୍ଷା ବାହାରେ କରାଯାଉଥିବା, ରୋଗୀଙ୍କୁ ଖାଦ୍ୟ ସଠିକ ମାନର ମିଳୁନଥିବା ଓ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଥିବା ଅଭିଯୋଗ ହେବା ପରେ କାର୍ଯ୍ୟ ନିର୍ବାହୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପଙ୍କଜ କୁମାର ପଟେଲଙ୍କୁ ଗତ ୧୩ ତାରିଖ ଦିନ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ')}

Leave a Reply