ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ RWDର ସହକାରୀ ଯନ୍ତ୍ରୀ
1 min read
ରାଉରକେଲା: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ RWDର ସହକାରୀ ଯନ୍ତ୍ରୀ। ସଞ୍ଜୟ କୁମାର ବେହେରାଙ୍କ ସରକାରୀ କ୍ବାର୍ଟସ ସହ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଛାପା। ସୁନ୍ଦରଗଡ଼ରେ ଥିବା ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ବାର୍ଟର୍ସ ଓ ସୁନ୍ଦରଗଡ଼ କେନ୍ଦୁପଡ଼ାରେ ଥିବା ଭଡ଼ା ଘରେ ଚାଲିଛି ଭିଜିଲାନ୍ସ ରେଡ୍। ସେହିପରି ଭଦ୍ରକ ଟାଉନର ଆଚାର୍ଯ୍ୟନଗରରେ ରହିଛି ଦୁଇ ମହଲା କୋଠା, ବନ୍ତରେ ଥିବା ପୈତୃକ ଘରେ ଚାଲିଛି ରେଡ୍ । ଭଦ୍ରକ ତିହିଡି ସିଢ଼ୋଳରେ ଥିବା ଶ୍ବଶୁର ଘରେ ଚାଲିଛି ରେଡ୍।
ପୂର୍ବରୁ ଲେଫ୍ରିପଡ଼ା RWDର ଇନଚାର୍ଜ ଥିଲେ ସଞ୍ଜୟ କୁମାର ବେହେରା । ତେଣୁ ଲେଫ୍ରିପଡ଼ାରେ ଥିବା ସରକାରୀ କାର୍ଯ୍ୟାଳୟ ଓ କ୍ବାର୍ଟ୍ସରେ ଭିଜିଲାନ୍ସ ରେଡ୍ ହୋଇଛି । ସଞ୍ଜୟ କୁମାରଙ୍କ ନାଁରେ ରହିଛି ଦେଢକୋଟିର ଇନସ୍ୟୁରାନ୍ସ ଜମା । ରେଡ୍ରେ ୪ଜଣ ଡିଏସପି, ୧୦ ଇନସ୍ପେକ୍ଟର, ୪ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।