ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ, ୨ ଜଣଙ୍କ ମୃତ୍ୟୁ
1 min readନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡ ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଓଲଟି ପଡ଼ିବା ଫଳରେ ଦୁଇଜଣଙ୍କ ମୃତ୍ୟୁ । ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ସ୍କର୍ପିଓରେ ୫ ଜଣ ଯୁବକ ରାଉରକେଲାରୁ ଲହୁଣିପଡ଼ା ଫେରୁଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିବା ପରେ ରାସ୍ତାରେ ଓଲଟି ପଡିଥିଲା l ଅପର ରାସ୍ତାରେ ଏକ ହାଇୱା ସମ୍ମୁଖରେ ପଡିଯିବା ଯୋଗୁଁ ଧକ୍କା ହୋଇ ସ୍କର୍ପିଓଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା l ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଆହତ ୩ ଜଣଙ୍କୁ ଉଦ୍ଧାର କରି ରାଉରକେଲା ଡ଼ାକ୍ତରଖାନାକୁ ପଠାଯାଇଛି । ସ୍କର୍ପିଓ ଟି ଲହୁଣିପଡ଼ା ଅଞ୍ଚଳର ଜଣେ ଠିକାଦାରଙ୍କର ଓ ମୃତକମାନେ ତାଙ୍କର କର୍ମଚାରୀ ବୋଲି ଜଣାପଡ଼ିଛି l