ବାଇକ ଉପରେ ଚଢିଗଲା ହାଇଓ୍ବା, ୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ବାଇକ ଉପରେ ଚଢିଗଲା ହାଇଓ୍ବା । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ନିକଟ ତୋଡା ବସ୍ତି ବେଞ୍ଜାଢି ବ୍ରିଜ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫୁଟବଲ ଖେଳି ବାଇକରେ ଫେରୁଥିବା ବେଳେ ଧକ୍କା ଦେଇଛି ହାଇଓ୍ବା । ତିନି ମୃତକ ତୋଡ଼ା ବସ୍ତିର ବୋଲି ସୂଚନା ରହିଛି । ମୃତକ ତିନିଜଣ ଦେବେନ୍ଦ୍ର ଦେହୁରୀ, ଅନାଦି ନାଏକ , ଅନୀଲ ଦେହୁରୀ। ଦୁର୍ଘଟଣା ସ୍ଥଳର କିଛି ଦୂରରେ ହାଇୱା ଛାଡି ଚାଳକ ଫେରାର୍ ମାରିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଛି ।