ମରୁଭୂମିରେ ମିଳିଲା ୪୫୦୦ ବର୍ଷର ସୂର୍ଯ୍ୟ ମନ୍ଦିର; ଦଶନ୍ଧିର ବଡ଼ ସନ୍ଧାନ

କାଇରୋ: କୁହାଯାଏ ମାଟି ଖୋଳୁ ଖୋଳୁ କେତେବେଳେ ମହାଦେବ ବାହାରନ୍ତି । ତାହା କହିବା ଅସମ୍ଭବ । ସେହିଭଳି କିଛି ଘଟଣା ଘଟିଛି ମିଶରରେ ।ମିଶର ମରୁଭୂମିରେ ମିଳିଛି ପୁରାତନ ମନ୍ଦିର । କେତେବ ପ୍ରତ୍ନତତ୍ତ୍ବବିତ୍ ମିଶର ରାଜଧାନୀ କାଇରୋର ଦକ୍ଷିଣରେ ଥିବା ଆବୁ ଗୌରାବ ମରୁଭୂମି ମାଟି ଖୋଳୁ ଖୋଳୁ ଏଭଳି କିଛି ପାଇଛନ୍ତି ଯାହା ପ୍ରତ୍ନତତ୍ତ୍ୱବିତଙ୍କ ନିଦ ହଜେଇ ଦେଇଛି । ରିପୋର୍ଟ କହୁଛି ମରୁଭୂମିର ଏକ ସ୍ଥାନରେ ଖୋଳାଖୋଳି କରୁ କରୁ ଅଚନକ ଭାବରେ ତାଙ୍କୁ ମିଳିଥିଲା ଏକ ପୁରାତନ ମନ୍ଦିର । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପ୍ରତ୍ନତତ୍ତ୍ବବିତ୍ । ଖନନ ସମୟରେ ମିଳିଥିବା ମନ୍ଦିରଟି ସୂର୍ଯ୍ୟ ଦେବଙ୍କ ବୋଲି ଜଣାପଡ଼ିଛି । ଏହି ସୂର୍ଯ୍ୟ ମନ୍ଦିର ବିଗତ ୪ ହଜାର ୫୦୦ ବର୍ଷ ଧରି ମରୁଭୂମିରେ ପୋତି ହୋଇ ରହିଥିଲା । ମିଶର ପ୍ରତ୍ନତତ୍ତ୍ବବିତଙ୍କ ଅନୁଯାୟୀ ବିଗତ ଦଶକ ମଧ୍ୟରେ ଏହା ସବୁଠାରୁ ବଡ଼ ଆବିଷ୍କାର । ଏହି ସୂର୍ଯ୍ୟ ମନ୍ଦିରକୁ ମିଶରର ଫାରୋହ ନିର୍ମାଣ କରିଥିଲେ ।

ସୂଚନା ମୁତାବକ, ମିଶରରେ ଏପର୍ଯ୍ୟନ୍ତ ଦୁଇଟି ସୂର୍ଯ୍ୟ ମନ୍ଦିରର ଆବିଷ୍କାର ହୋଇଛି । କିନ୍ତୁ ଓ୍ବାର୍ସ ସ୍ଥିତ ଏକାଡେମୀ ଅଫ ସାଇନ୍ସର ଇଜିପ୍ଟୋଲୋଜୀର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମାସିମିଲାନୋ ନୁଜୋଲୋ କହିଛନ୍ତି କି ଆମେ ଏପରି ପ୍ରାଚୀନ ବସ୍ତୁର ଆବିଷ୍କାର ପାଇଁ ବହୁତ ସମୟ ଦେଉଛୁ । କିନ୍ତୁ ଯେତେବେଳେ ଏମିତି କିଛି ମିଳିଥାଏ ଯାହା ପୂରା ସଭ୍ୟତା, ସଂସ୍କୃତି ଏବଂ ସେହି ସମୟର ନିର୍ମାଣ ବିଜ୍ଞାନକୁ ପ୍ରତିଫଳିତ କରିଥାଏ । ଏଥିରୁ ବହୁତ କିଛି ଶିଖିବାକୁ ମିଳିଥାଏ ବୋଲି କହିଛନ୍ତି ମାସିମିଲାନୋ ନୁଜୋଲୋ ।


ପ୍ରତ୍ନତତ୍ତ୍ବବିତଙ୍କ ଅନୁସାରେ ଏହି ମନ୍ଦିର ପଞ୍ଚମ ସାମ୍ରାଜ୍ୟର ଫାରୋହ ନିର୍ମାଣ କରିଥିଲେ । ଏହି ସମୟରେ ସେ ଦେହତ୍ୟାଗ କରିନଥିଲେ । ମନ୍ଦିର ନିର୍ମାଣ କରିବା ପଛରେ ତାଙ୍କର ଥିଲା ଏକ ଖାସ୍ ଉଦ୍ଦେଶ୍ୟ । ଉଦ୍ଦେଶ୍ୟ ହେଉଛି ଲୋକମାନେ ତାଙ୍କୁ ଈଶ୍ୱରଙ୍କ ମାନ୍ୟତା ଦେବେ । ଅନ୍ୟପଟେ ସେ ପିରାମିଡ୍ସ ମଧ୍ୟ ନିର୍ମାଣ କରିଥିଲେ । ଯେଉଁଠାରେ ଫାରୋହ ମୃତ୍ୟୁବରଣ କରିବା ପରେ ତାଙ୍କ ସମାଧି ନିର୍ମାଣ କରାଯାଇଥିଲା । ତେବେ ମିଶରରେ ବିଶ୍ୱାସ ରହିଛିଯେ, ମୃତ୍ୟୁପରେ ପିରାମିଡ ଦେଲେ ମୃତ ବ୍ୟକ୍ତି ଈଶ୍ୱର ହୋଇଯିବେ ବା ଈଶ୍ୱରଙ୍କ ରୂପ ହାସଲ କରିବେ ।
ତେବେ ମିଶରରେ ମିଳିଥିବା ଏହି ସୂର୍ଯ୍ୟ ମନ୍ଦିର ମିଳିବା ପରେ ତନାଘନା ଅଧିକ ଆରମ୍ଭ ହୋଇ ଯାଇଛି । ଦେଶରେ ଏହା ବ୍ୟତୀତ ଅନେକ ସୂଯ୍ୟ ମନ୍ଦିର ଅଛି ବୋଲି ଆଶଙ୍କା କରାଯାଉଛି ।

କେହି କେହି କହୁଛନ୍ତି ଯେ ଏବେ ମିଶରରେ ଆହୁରି ଛଅଟି ସୂର୍ଯ୍ୟ ମନ୍ଦିର ଅଛି । ଯାହା ୪ ହଜାର ୫୦୦ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା  ।ମିଶରର ପଞ୍ଚମ ସାମ୍ରାଜ୍ୟର ଫାରୋହ ନ୍ୟୁସେରୀ ଇନିଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ ହୋଇଛି । କିମ୍ବଦନ୍ତୀ ଅନୁସାରେ ନ୍ୟୁସେରୀ ଇନି ଖ୍ରୀଷ୍ଟପୂର୍ବ ୨୫ ଶତାବ୍ଦୀରେ ୩୦ ବର୍ଷ ଶାସନ କରିଥିଲେ । କିନ୍ତୁ ପ୍ରତ୍ନତତ୍ତ୍ବବିତ୍ ଅଧିକ ଗବେଷଣା କରିବା ପରେ ଜାଣିବାକୁ ପାଇଲେ କି ଏହି ମନ୍ଦିର ମାଟିରେ ନିର୍ମିତ ଇଟାରେ ନିର୍ମାଣ କରାଯାଇଛି । ଯାହାର ଦୁଇ ଫୁଟ ଗଭୀର ପର୍ଯ୍ୟନ୍ତ କେବଳ ଚୂନ ପଥରରେ ନିର୍ମାଣ ହୋଇଥିଲା ।

ବିଶେଷଜ୍ଞମାନେ କହିଛନ୍ତି କି ମୂଳ ମନ୍ଦିର ବହୁତ ଚମତ୍କାର ଥିଲା । କାହିଁକି ନା ଏହି ମନ୍ଦିର ଡିଜାଇନ କମ୍ପୁଟରରେ କରାଯାଇଥିଲା । ଯାହା ଦେଖିବାକୁ ବହୁତ ସୁନ୍ଦର । ଏହା ବ୍ୟତୀତ ପତ୍ନତତ୍ତ୍ବବିତଙ୍କୁ ଏହି ପ୍ରାଚୀନ ସ୍ଥଳରୁ ଏକ ବିୟର ପାତ୍ର ମିଳିଥିଲା । ଡକ୍ଟର ମାସିମିଲାନୋ ନୁଜୋଲୋ କହିଛନ୍ତି କି ଆମେ ବହୁତ ପୂର୍ବରୁ ଜାଣିଥିଲୁ କି ଆବୁ ଗୌରବର ମରୁଭୂମିରେ କିଛି ଲୁଚି ରହିଛି । ଯାହାକୁ ନ୍ୟୁସିରୋ ତିଆରି କରିଥିଲେ । କିନ୍ତୁ ଆମକୁ ଏହା ଜଣାନଥିଲା କି ଆମେ ଏତେ ବଡ଼ ଅନୁସନ୍ଧାନ କରିବୁ । ମିଶରରେ ସୂର୍ଯ୍ୟ ମନ୍ଦିରଗୁଡିକର କାହାଣୀ କହିବା ପାଇଁ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ମାସିମିଲାନୋ ନୁଜୋଲୋ କହିଛନ୍ତି ।

Leave a Reply