୨୯ରୁ ମାଟ୍ରିକ ସମେଟିଭ୍-୨ ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

1 min read

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ-୨ ପରୀକ୍ଷା । ଏଥିପାଇଁ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ବୋର୍ଡ ଓ୍ବେବସାଇଟ www.bseodisha.ac.inରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ, ସଂସ୍କୃତ ଓ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡ ୱେବସାଇଟରୁ ମିଳିପାରିବ।

ସମସ୍ତ ସ୍କୁଲର ମୁଖ୍ୟ ବା ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଏବଂ ପାସୱାର୍ଡ ଦେଇ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ସେହିପରି ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ଛାତ୍ରଛାତ୍ରୀମାନେ ନିଜ ନାମ ଏବଂ ବାପାଙ୍କ ନାମ ବୋର୍ଡ ୱେବସାଇଟରେ ଦାଖଲ କରି ଆଡମିଟ୍ କାର୍ଡ ପାଇପାରିବେ ।

ତେବେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ୩ଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ । ଯେଉଁ ଆସେସମେଣ୍ଟରେ ସର୍ବାଧିକ ନମ୍ବର ଥିବା ତାହା ଚୂଡ଼ାନ୍ତ ହେବ ବୋଲି ଆଜି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ତେବେ ଆସନ୍ତୁ ଜାଣିବା ଏହି ତିନୋଟି ମୂଲ୍ୟାୟନ ପଦ୍ଧତି ବିଷୟରେ…

ପ୍ରଥମ ମୂଲ୍ୟାୟନ ପଦ୍ଧତି

ସମ୍ମେଟିଭ୍ ଆସେସମେଣ୍ଟ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା । ଏହି ଦୁଇଟି ପରୀକ୍ଷା ମୂଲ୍ୟକୁ ଦୁଇ ଗୁଣା କରି ପରୀକ୍ଷା ଫଳ ପ୍ରକାଶ ପାଇବ ।

ଦ୍ବିତୀୟ ମୂଲ୍ୟାୟନ ପଦ୍ଧତି

ସମ୍ମେଟିଭ୍ ଆସେସମେଣ୍ଟ-୨ ଆଧାରରେ ହେବ ମୂଲ୍ୟାୟନ । ମୋଟ ମାର୍କର ମୂଲ୍ୟ ଦୁଇ ଗୁଣା ହୋଇ ପରୀକ୍ଷା ଫଳ  ପ୍ରକାଶ ପାଇବ ।

ତୃତୀୟ ମୂଲ୍ୟାୟନ ପଦ୍ଧତି

ତୃତୀୟ ମୂଲ୍ୟାୟନ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ପ୍ରତିଶତ ମାର୍କ । ପ୍ରଥମ ସମ୍ମେଟିଭ ପରୀକ୍ଷାରୁ ୩୦ ପ୍ରତିଶତ ମାର୍କ ଏବଂ ଦ୍ୱିତୀୟ ସମ୍ମେଟିଭ୍ ପରୀକ୍ଷାରୁ ୫୦ ପ୍ରତିଶତ ମାର୍କ ମିଶି ପରୀକ୍ଷା ଫଳ ପ୍ରକାଶ ପାଇବ ।

ଏଥିସହିତ ପଢ଼ନ୍ତୁ: ଆହୁରି ୨ରୁ ୩ଡିଗ୍ରୀ ବଢ଼ିବ ତାପମାତ୍ରା