spot_img

Latest Posts

ଆଜିଠୁ ସ୍କୁଲରେ ଖରାଛୁଟି, ହିଟ୍‌ଓ୍ୱେଭ୍‌ ପାଇଁ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସ୍କୁଲରେ ଖରାଛୁଟି । ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ମେ’ ୫ରୁ ଜୁନ୍ ୧୭ ଯାଏଁ ଖରା ଛୁଟି ଘୋଷଣା କରାଯାଇଥିଲା। ହେଲେ ହିଟଓ୍ୱେଭ୍‌ ପାଇଁ ନିର୍ଦ୍ଧାରିତ ତାରିଖର ୧୫ ଦିନ ପୂର୍ବରୁ ଖରାଛୁଟି କରାଯାଇଛି । ଗତ ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହୋଇଥିଲା । ହେଲେ ସେହି ଦିନର ଅସମ୍ଭାଳ ତାତି ଯୋଗୁଁ ଏପ୍ରିଲ ୧୬ଯାଏ ସ୍କୁଲ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଦୁଇ ଦିନ ସ୍କୁଲ ଚାଲିବା ପରେ ୧୯ ଓ ୨୦ ତାରଖରେ ସ୍କୁଲ ବନ୍ଦ ରଖାଗଲା । ହେଲେ ତାତିରୁ ନିସ୍ତାର ନମିଳିବାରୁ ଆଜିଠୁ ଖରା ଛୁଟି ଘୋଷଣା କରାଯାଇଛି ।

ଅଧିକ ଦିନ ଛୁଟି ଯେପରି ପାଠପଢାକୁ ପ୍ରଭାବିତ ନ କରେ, ସେଥିପାଇଁ ଅବକାଶକାଳୀନ ଶିକ୍ଷା ବା ସମର କୋର୍ସ ପାଇଁ  ସ୍ୱତନ୍ତ୍ର ସିଲାବସର ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିରେ ପ୍ରତି ୧୦ଜଣ ପିଲାଙ୍କୁ ନେଇ ହୋଇଥିବା ଗ୍ରୁପର ମନିଟରିଂ କରିବେ ଜଣେ ଶିକ୍ଷକ। ପ୍ରତି ସପ୍ତାହରେ ସମର କୋର୍ସରେ ପିଲାର ଅଗ୍ରଗତି ନେଇ ଫୋନ୍ ଯୋଗେ ଅଭିଭାବକମାନଙ୍କ ଠାରୁ ଫିଡବ୍ୟାକ୍ ନେବେ। ଅନ୍ୟପଟେ ଆଜି ରାଜ୍ୟସ୍ତରୀୟ ପ୍ୟାରେଣ୍ଟସ୍ ଟିଚର୍ସ ମିଟିଂ । ଖରା ଯୋଗୁଁ ଏହି ମିଟିଂରେ ପିଲାମାନେ ଯୋଗ ଦେବେନି । ସକାଳ ୭ରୁ ୧୦ଟା ଭିତରେ ହେବାକୁ ଥିବା ଏହି ବୈଠକରେ ଅଭିଭାବକଙ୍କୁ ସାଇବର ସିକ୍ୟୁରିଟି ସମେତ ୧୩ଟି ପ୍ରସଙ୍ଗ ନେଇ ସଚେତନ କରାଯିବ।

Latest Posts

Don't Miss