୧୦ ତାରିଖ ପୂର୍ବରୁ ଡିମ୍ପଲଙ୍କୁ ଭରଣପୋଷଣ ଅର୍ଥ ଦେବାକୁ ନିର୍ଦ୍ଦେଶ

1 min read

ବ୍ରହ୍ମପୁର: କିଛିଦିନ ହେଲା ଥଣ୍ଡା ପଡ଼ି ଯାଇଥିବା ଡିମ୍ପଲ-ସୁମିତ ମାମଲାରେ ଆଜି ଆସିଛି କୋର୍ଟଙ୍କ ରାୟ । ରାୟ ଆସିବା ପରେ ଏହି ହାଇ ପ୍ରୋଫାଇଲ୍ ମାମଲା ପୁଣି ଚର୍ଚ୍ଚାରେ । ଆଜି ଡିମ୍ପଲଙ୍କ ଭରଣପୋଷଣ ମାମଲାର ବିଚାର କରିଥିଲେ ହାଇକୋର୍ଟ । ମାମଲାର ଶୁଣାଣି କରି ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ଏହାସହ ଫେବୃଆରୀ ୧୦ ତାରିଖ ପୂର୍ବରୁ ଭରଣପୋଷଣ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ମାସିକ ୧୭ ହଜାର ଟଙ୍କା ଦେବାକୁ ରାୟ ଦେଇଥିଲେ ଜିଲ୍ଲା କୋର୍ଟ । ଏହା ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୁମିତ୍ । ମାମଲାର ବିଚାର କରି ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ଆସନ୍ତା ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।

Leave a Reply