ଦୀର୍ଘ ୧୫ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା ସୁମିତେନ୍ଦ୍ରଙ୍କ ମୃତଦେହ

ଭୁବନେଶ୍ବର : ଦୟାନଦୀରୁ ଉଦ୍ଧାର ହେଲା ନିଖୋଜ ନାବାଳକର ମୃତଦେହ। ନଦୀରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗତକାଲିଠୁ ନିଖୋଜ ଥିଲେ ଲିଙ୍ଗିପୁର ପଞ୍ଚାୟତ ଇନ୍ଦିରା କଲୋନୀର ସୁମିତେନ୍ଦ୍ର ସାହୁ ।
ଗତକାଲି ଅପରାହ୍ନରେ ୪ ଜଣ ସାଙ୍ଗ ମିଶି ଦୟା ନଦୀ ବ୍ରିଜ ତଳେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ । ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୁମିତେନ୍ଦ୍ର ନିଖୋଜ ଥିଲେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଖୋଜାଖୋଜି କରିବା ପରେ ଆଜି ନଦୀରୁ ସୁମିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ଇଛି ।