ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ବାସନ୍ତୀ କଲୋନୀର ସୁମିତ କୁମାର ସିଂ ମାନୁଆଲ ଟ୍ରେଡମିଲରେ ୪୮ ଘଣ୍ଟାରେ ଦୁଇଶହ କିଲୋମିଟର ଦୌଡ଼ି ଗିନିସ ଓ୍ବାର୍ଲଡ ରେକର୍ଡ କରିବା ପାଇଁ ଜାରି ରଖିଚନ୍ତି ଉଦ୍ୟମ । ୧୩ ତାରିଖ ସନ୍ଧ୍ୟା ୬ ଟାରୁ ୧୫ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦୌଡ଼ି ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ରାଉରକେଲା ସହରର ସିଭିକ ସେଣ୍ଟର ଠାରେ ମାନୁଆଲ ଟ୍ରେଡମିଲରେ ଦୈଡୁଛନ୍ତି ସୁମିତ । ପୂର୍ବରୁ ୧୨ ଘଣ୍ଟାରେ ୬୯ କିଲୋମିଟର ଦୌଡ଼ି ସୁମିତ କୁମାର ରେକର୍ଡ କରିଥିଲେ । ଏବେ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ଗିନିସ ଓ୍ବାର୍ଲଡ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମାନୁଆଲ ଟ୍ରେଡମିଲରେ ଦୈଡିବା ସମୟରେ ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡ କରାଯିବା ସହ ଦୁଇଜଣ ପ୍ରତିନିଧି ସମସ୍ତ ତଥ୍ୟ ରେକର୍ଡ ରଖୁଛନ୍ତି । ଏହାସହ ବିଭିନ୍ନ ସମୟରେ ଇସ୍ପାତ ଜେନେରାଲ ହସପିଟାଲର ଡାକ୍ତର ସ୍ଵାସ୍ଥ୍ୟ ପରିକ୍ଷା ମଧ୍ୟ କରୁଛନ୍ତି ।

