ମହଙ୍ଗା ପଡିଲା ଫେକ୍ ନ୍ୟୁଜ୍: ନ୍ୟୁଜ୍ ଚ୍ୟାନେଲ୍ ବିରୋଧରେ ମାନହାନୀ ମୋକଦ୍ଦମା କରିବେ ଦୁଇ ହସ୍ପିଟାଲ

ଭୁବନେଶ୍ୱର: ନିର୍ଦ୍ଦିଷ୍ଟ ଏକ ଘରୋଇ ଚ୍ୟାନେଲର ଡିଜିଟାଲ ପ୍ଲାଟଫର୍ମରେ କରୋନା ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ ମାମଲାରେ ପୋଲିସ୍ ଆଜି ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଏହି ମାମଲାରେ ନୂଆ ମୋଡ଼ ଆସିଛି । ଅଡିଓରେ ଯେଉଁ ଦୁଇଟି ହସ୍ପିଟାଲର ନାମ ନିଆଯାଇଥିଲା ସେହି ହସ୍ପିଟାଲ ଦ୍ୱୟ ସଂପୃକ୍ତ ଚ୍ୟାନେଲ ବିରୋଧରେ ମାନହାନୀ ମୋକଦ୍ଦମା କରିବେ  । ସମ୍ ହସ୍ପିଚାଲ ଓ ହାଇଟେକ୍ ପକ୍ଷରୁ ଏନେଇ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ।

ଅଡ଼ିଓରେ ସମ୍ ହସ୍ପିଟାଲ ନାଁ ନିଆଯିବା ସହ ସେଠାକାର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଯାଇଥିଲା । ଯାହାକୁ ନେଇ ସମ୍ ହସ୍ପିଟାଲ  ଏନେଇ ନିଜର ପ୍ରତିକ୍ରିୟା ରଖିଛି । ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଘଟଣା ଉପରେ ଏକ ପ୍ରେସମିଟ ଜାରି କରିଛନ୍ତି । ଅଡ଼ିଓରେ ଯେଉଁଭଳି ଭାବେ ସମ୍ ହସ୍ପିଟାଲ ବିଷୟରେ କୁହାଯାଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ତେଣୁ ହସ୍ପିଟାଲର କର୍ତ୍ତୃପକ୍ଷ ସେହି ନିର୍ଦ୍ଧିଷ୍ଟ ଚ୍ୟାନେଲ ବିରୋଧରେ ମାନହାନୀ ମକୋଦ୍ଦମା କରିବା ନେଇ ସ୍ପଷ୍ଟ କରିଛି ।

ସମ୍ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ପ୍ରେସମିଟରେ କୁହାଯାଇଛି ଯେ, ‘ଭାଇରାଲ୍ ଅଡିଓ ଯୋଦ୍ଧାଙ୍କ ମନୋବଳ ଭାଙ୍ଗି ଦେଇଛି । ସମ୍ ହସପିଟାଲ୍‌ରେ କୋଭିଡ୍ ହସପିଟାଲ୍ ଚାଲିଛି । ଏଭଲି ମିଥ୍ୟା ଖବର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।

କରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଆମେ ନିରନ୍ତର ଉଦ୍ୟମ କରି ଚାଲିଛୁ । ସଂକ୍ରମିତଙ୍କ ଚିକିତ୍ସା ପାଇଁ ଡାକ୍ତର, ନର୍ସ ଓ ଷ୍ଟାଫ୍ ନିରବିଚ୍ଛିନ ଉଦ୍ୟମ କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏକ ଅଡିଓ ରେକର୍ଡ ପ୍ରସାରଣ କରିଛି । ଯାହା କୋଭିଡ୍ ଯୋଦ୍ଧାଙ୍କ ମନୋବଳ ଭାଙ୍ଗି ଦେଇଛି । ସେଇ ଭିଡିଓ ଡାକ୍ତର ଓ ନର୍ସଙ୍କ ମନୋବଳ ଭାଙ୍ଗି ଦେଇଛି ବୋଲି ସମ୍ କହିଛି ।

ସେହିଭଳି ହାଇଟେକ୍ ଏବଂ କିମ୍ସ ହସ୍ପିଟାଲ ମଧ୍ୟ ଏନେଇ ସଂପୃକ୍ତ ଚ୍ୟାନେଲ ବିରୋଧରେ ଅଦାଲତକୁ ଯିବା କଥା କହିଛି ।

 

Leave a Reply