ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା, ବିଜେପି ନେତା ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ସୁଲତା ଦେଓ

1 min read

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା ନେଇ ବର୍ଷିଲେ ବିଜେଡି ମୁଖପାତ୍ର ସୁଲତା ଦେଓ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କଲେ ଟାର୍ଗେଟ୍ । ଶ୍ରୀଜଗନ୍ନାଥ ମନ୍ଦିର ବିକାଶ ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ନିଜ ଜମି ଦେଇଥିଲେ ସେବାୟତ। ତେବେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଇ ବିକାଶ କାମରେ ବାଧା ସୃଷ୍ଟି କରୁଥିବା ସମ୍ବିତ ପାତ୍ରଙ୍କୁ ପୁରୀବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସୁଲତା କହିଛନ୍ତି ।

ଜିପିଆରଏସ୍ ପୂର୍ବରୁ କରାଯାଇ ଏହାର ଡିପିଆର ଏନଏମଏକୁ ଦିଆଯାଇଛି । ଏକଥା ଜାଣି ମଧ୍ୟ ସମ୍ବିତ ପାତ୍ର ପୁରୀବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଅଭ୍ୟର୍ଥନା ଗୃହକୁ ଅଳ୍ପ ଉଚ୍ଚତା ବିଶିଷ୍ଟ କରିବା ପାଇଁ ଏନଏମଏ ଅନୁମତି ଦେଇଥିଲେ । ତେବେ ରାଜ୍ୟ ସରକାର ଏହାକୁ ଉଚ୍ଚତା ବୃଦ୍ଧି ପାଇଁ ଚାହୁଁଥିବାରୁ ଏହାକୁ ରେଗୁଲେଟେଡ୍ ଜୋନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏନେଇ ସମ୍ବିତ ପାତ୍ରଙ୍କ ବିଭ୍ରାନ୍ତିକର ତଥ୍ୟ ସେବାୟତ ଓ ଜଗନ୍ନାଥପ୍ରେମୀଙ୍କୁ ଅତିମାତ୍ରାରେ ଆଘାତ ଦେଇଥିବା ସୁଲତା କହିଛନ୍ତି ।