ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା, ବିଜେପି ନେତା ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ସୁଲତା ଦେଓ
1 min readଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା ନେଇ ବର୍ଷିଲେ ବିଜେଡି ମୁଖପାତ୍ର ସୁଲତା ଦେଓ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କଲେ ଟାର୍ଗେଟ୍ । ଶ୍ରୀଜଗନ୍ନାଥ ମନ୍ଦିର ବିକାଶ ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ନିଜ ଜମି ଦେଇଥିଲେ ସେବାୟତ। ତେବେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଇ ବିକାଶ କାମରେ ବାଧା ସୃଷ୍ଟି କରୁଥିବା ସମ୍ବିତ ପାତ୍ରଙ୍କୁ ପୁରୀବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସୁଲତା କହିଛନ୍ତି ।
NMA had permitted the Reception Centre with lower height but since the Odisha Govt wanted to make it taller, they shifted it to regulated zone. Your false and misleading statements are hurting the Sevayats and the Jagannath premis severely.
— Sulata Deo (@DeoSulata) May 22, 2022
Stop playing electoral politics with Srimandir project, there are many other issues to do politics on.
— Sulata Deo (@DeoSulata) May 22, 2022
ଜିପିଆରଏସ୍ ପୂର୍ବରୁ କରାଯାଇ ଏହାର ଡିପିଆର ଏନଏମଏକୁ ଦିଆଯାଇଛି । ଏକଥା ଜାଣି ମଧ୍ୟ ସମ୍ବିତ ପାତ୍ର ପୁରୀବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଅଭ୍ୟର୍ଥନା ଗୃହକୁ ଅଳ୍ପ ଉଚ୍ଚତା ବିଶିଷ୍ଟ କରିବା ପାଇଁ ଏନଏମଏ ଅନୁମତି ଦେଇଥିଲେ । ତେବେ ରାଜ୍ୟ ସରକାର ଏହାକୁ ଉଚ୍ଚତା ବୃଦ୍ଧି ପାଇଁ ଚାହୁଁଥିବାରୁ ଏହାକୁ ରେଗୁଲେଟେଡ୍ ଜୋନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏନେଇ ସମ୍ବିତ ପାତ୍ରଙ୍କ ବିଭ୍ରାନ୍ତିକର ତଥ୍ୟ ସେବାୟତ ଓ ଜଗନ୍ନାଥପ୍ରେମୀଙ୍କୁ ଅତିମାତ୍ରାରେ ଆଘାତ ଦେଇଥିବା ସୁଲତା କହିଛନ୍ତି ।