spot_img

Latest Posts

ଶ୍ରୀଜଗନ୍ନାଥଙ୍କ ରଥରେ ଲାଗିବ ଯୁଦ୍ଧ ବିମାନ ସୁଖୋଇର ଚକ, କୋଲକାତା ଇସ୍କନ ନେଇଛି ଏହି ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ : ଶ୍ରୀଜଗନ୍ନାଥଙ୍କ ରଥରେ ଲାଗିବ ଯୁଦ୍ଧ ବିମାନ ସୁଖୋଇର ଚକ। କୋଲକାତା ଇସ୍କନ ନେଇଛି ଏହି ନିଷ୍ପତ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏଥର ଆଷାଡ଼ ଦ୍ଵିତୀୟାରେ ସୁଖୋଇର ଚକରେ ଗଡ଼ିବ ମହାପ୍ରଭୁଙ୍କ ରଥ। ୪୮ ବର୍ଷ ଧରି ଲାଗିଥିଲା ବୋଇଂ ବିମାନର ଚକ। ୨୦୦୫ରେ ଦେଖା ଯାଇଥିଲା ଯେ, ସେହି ଚକ ଖରାପ ହେବାକୁ ଲାଗିଲାଣି। ସୁଖୋଇର ଚକ ସହିତ ବୋଇଂ ଚକର ଆକାଶ ପ୍ରାୟତଃ ସମାନ। ତେଣୁ ସୁଖୋଇର ଚକ ରଥରେ ଲଗାଇବାକୁ ନିଷ୍ପତ୍ତି ହୋଇଛି। ସେଥିପାଇଁ MRF କୁ ଅନୁରୋଧ କରି ପ୍ରସ୍ତାବ ପଠାଯାଇଥିଲା। ଏଥର ଏମଆରଏଫ୍ ସମ୍ମତି ଜଣାଇ ଚକ ଯୋଗାଇ ଦେଇଛନ୍ତି। ଗତକାଲି ଟ୍ରାଏଲ ହୋଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରିପ୍ରେକ୍ଷୀରେ କୋଲକାତା ଇସ୍କନର ରାଧା ରମଣ କହିଛନ୍ତି, ବୋଧହୁଏ ମହାପ୍ରଭୁ ଚାହୁଁଛନ୍ତି ଶାନ୍ତି ପ୍ରତିଷ୍ଠା ହେଉ।

Latest Posts

Don't Miss