ଜାଣନ୍ତୁ ସୁଖବୀର ବାଦଲଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀର ସମ୍ପୂର୍ଣ୍ଣ ଇତିହାସ

ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ ହୋଇଛି । ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଛି । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଯୋଗୁଁ ଏକ ବଡ ଦୁର୍ଘଟଣା ବର୍ତ୍ତି ଯାଇଥିଲା । ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ସୁଖବୀର ସେବା କରୁଥିବା ବେଳେ ଜଣେ ବୃଦ୍ଧ ସେଠାରେ ପହଞ୍ଚିଥିଲେ । ପକେଟରୁ ବନ୍ଧୁକ ବାହାର କରିବା ସମୟରେ ସେଠାରେ ସୁରକ୍ଷାରେ ନିୟୋଜିତ ଥିବା ଜଣେ ବ୍ୟକ୍ତି ଦେଖି ଆକ୍ରମଣକାରୀଙ୍କୁ ଅଟକାଇଥିଲେ । ଏହି ସମୟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ଅଟକାଇଥିଲେ । ଫଳରେ ବୁଲେଟ ଯାଇ କାନ୍ଥରେ ବାଜିଥିଲା । ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଗିରଫ କରିଥିଲା । ସୂଚନା ଅନୁଯାୟୀ ଆକ୍ରମଣକରୀ ଗୋଟିଏ ଦିନ ପୂର୍ବରୁ ସେଠାରେ ରହି ସୁଯୋଗକୁ ଅପେକ୍ଷା କରିଥିଲା । ଆଉ ଆଜି ଆକ୍ରମଣ କଲା ।

ଘଟଣାକୁ ନେଇ ଅମୃତସର ପୋଲିସ କମିଶନର କହିଛନ୍ତି, ଅପରାଧିକ ରେକର୍ଡ ଥିବା ନାରାୟଣ ସିଂ ଚୌରାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବାଦଲଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା । ସୁଖବୀର ସିଂ ବାଦଲ ସକାଳ ୯ଟାରୁ ୧୦ ମଧ୍ୟରେ ସେବା କରିବା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ ।  ବର୍ତ୍ତମାନରେ ସୁରକ୍ଷିତ ଅଛନ୍ତି । ଘଟଣାର ନାୟିକ ତଦନ୍ତ ଦାବି କରିଛି ଶିରୋମଣୀ ଅକାଳୀ ଦଳ ।

ଆକ୍ରମଣକାରୀ କିଏ ?

ଆକ୍ରମଣକାରୀ ବାବର ଖାଲସା ଇଣ୍ଟରନ୍ୟାସନାଲର ପୂର୍ବତନ ସଦସ୍ୟ ବୋଲି ଜଣାପଡିଛି । ୧୯୮୪ରୁ ପାକିସ୍ତାନ ଯାଇଥିଲା ଓ ପାକିସ୍ତାନରୁ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର  ଏବଂ ବିସ୍ଫାରକ ସାମଗ୍ରୀ ଚୋରା ଚାଲାଣ କରୁଥିଲା । ଆକ୍ରମଣକାରୀ ଗରିଲା ଯୁଦ୍ଧ ଉପରେ ଏକ ପୁସ୍ତକ ଲେଖିଥିବା ଜଣାପଡିଛି । ସେ ବୁଡାଲ ଜେଲ ଭାଙ୍ଗିବା ମାମଲାର ଜଣେ ଅଭିଯୁକ୍ତ । ପଞ୍ଜାବ ଜେଲରେ ମଧ୍ୟ ସଜା କାଟିଛି ।ଶିରୋମଣୀ ଅକାଳୀ ଦଳର କହିବାନୁସାରେ, ନାରାୟଣ ସିଂ ଚୌରାର ଭାଇ ନରେନ୍ଦ୍ର ସିଂ ଚୌରା ବାବା ନାନକରେ ଥିବା ଚୌରା ବଜାର କମିଟିର ଅଧ୍ୟକ୍ଷ । ସେ କଂଗ୍ରେସ ସାଂସଦ ସୁଖଜିନ୍ଦର ରଘଓ୍ବାଙ୍କ ନିକଟତର ।

ସୁଖବୀର ସିଂ ବାଦଲ କେଉଁ ଦଣ୍ଡ ଭୋଗୁଛନ୍ତି ?

ସୁଖବିନ୍ଦର ସିଂହ ଓ ବିକ୍ରମ ସିଂହଙ୍କୁ ଶିଖ ଧର୍ମର ସର୍ବୋଚ୍ଚ ସଂଗଠନ ଅକାଲ୍ ତଖକ୍ତ ଦଣ୍ଡ ଦେଇଥିଲେ। ସେମାନେ ସରକାରରେ ଥିବା ବେଳେ ଧର୍ମଦ୍ରୋହୀ କାମ କରିଥିବାର ଅଭିଯୋଗ ହୋଇଥିଲା। ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ୍ ୨୦୧୫ରେ ଗୁରୁଗ୍ରନ୍ଥ ସାହିବକୁ ଅପମାନ ଦେଇଥିବା ବେଳେ ସୁଖବିନ୍ଦର ସିଂହ ତାଙ୍କୁ ସମର୍ଥନ କରିଥିବାର ଅଭିଯୋଗ ହୋଇଥିଲା।ଏହାର ଦଣ୍ଡ ସ୍ଵରୂପ ସେବାଦାର ଭାବେ ବିଭିନ୍ନ ଗୁରୁଦ୍ଵାରା ଓ ଲଙ୍ଗରରେ କାମ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିପାଇଁ ସେବା କରୁଛନ୍ତି ସୁଖବିନ୍ଦର ସିଂହ ଓ ବିକ୍ରମ ସିଂହ।

ନଜର ପକାନ୍ତୁ