ସୁକନ୍ୟା ସମୃଦ୍ଧି ଯୋଜନାରୁ କେମିତି ଉଠାଇ ପାରିବେ ଟଙ୍କା  ଜାଣନ୍ତୁ ଏ ସମ୍ପର୍କରେ

ନନ୍ଦିଘୋଷ ବ୍ୟୁରୋ: ସୁକନ୍ୟା ସମୃଦ୍ଧି ଯୋଜନାରେ ଲାଗୁ ହୋଇଛି ନୂଆ ନିୟମ । ସଠିକ ସମୟରେ ଉଠାଇ ପାରିବେ ଜମା ଟଙ୍କା । ଝିଅ ବାହାଘର ହେଉ ବା ଉଚ୍ଚଶିକ୍ଷା ପାଇଁ,  ଉଠାଇ ପାରିବେ ଏହି ଜମା ଅର୍ଥ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ  ଏହି ଯୋଜନାରେ ସୁଧ ୭.୬ ପ୍ରତିଶତ ହାରରେ ଉପଲବ୍ଧ ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ପଡିବ ଟଙ୍କା ।

ଏହା ଏକ ପ୍ରକାର ଟଙ୍କା ସଞ୍ଚୟ ଯୋଜନା । ଭାରତ ସରକାରଙ୍କ ତରଫରୁ ବାଳିକା ମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାକୁ ସୁକନ୍ୟା ସମୃଦ୍ଧି ଯୋଜନା ବୋଲି କୁହାଯାଏ ।ଯେଉଁଥିରେ ୨୧ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ । ମୁଖ୍ୟତଃ ଏଥିରେ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିଥାଏ  ।  ପରେ ୬ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା ନକଲେ ମଧ୍ୟ ଆକାଉଣ୍ଟ ଆକ୍ଟିଭ ରହିଥାଏ  । ଏଥିରେ ଆପଣଙ୍କୁ ବର୍ଷକୁ ଦେଢ ଲକ୍ଷ ଟଙ୍କା ଯାଏଁ ଜମା କରିବାର ସୁବିଧା ରହିଛି । ଏହି ସ୍କିମରେ ଶତକଡ଼ା ୭.୬ ପ୍ରତିଶତରେ  ସୁଧହାର ମିଳିଥାଏ । ଅନେକ ଲୋକ ଏହି ସ୍କିମରେ ଯୋଡ଼ି ହେବା ସହ, ଝିଅ ମାନଙ୍କ  ଜରୁରୀ ସମୟରେ ଏହାର ସୁବିଧା ଉଠାଇ ପାରୁଛନ୍ତି ।

ଜାଣନ୍ତୁ କେମିତି ଉଠାଇ ପାରିବେ ଟଙ୍କା:

ସୁନକ୍ୟା ସମୃଦ୍ଧି ଯୋଜନାରେ ଆପଣ ସେତେବେଳେ ଟଙ୍କା ଉଠାଇ ପାରିବେ ଯେତେବେଳେ ଆପଣଙ୍କ ଝିଅର ବୟସ ୧୮ବର୍ଷ ହୋଇଯାଇଥିବ । ଏହି ସମୟରେ ଆପଣ ଝିଅ ବାହାଘର ପାଇଁ ଏକା ସମୟରେ ୫୦ ପ୍ରତିଶତ ସୁଧହାର ହିସାବରେ ଟଙ୍କା ଉଠାଇ ପାରିବେ । ବାହାଘରର ପୂର୍ବ ପ୍ରଥମ ମାସରୁ ଏବଂ ୩ମାସ ପରେ ମଧ୍ୟ ଉଠାଇ ପାରିବେ ଟଙ୍କା । ୨୧ ବର୍ଷ ବୟସ ପରେ ଆପଣଙ୍କୁ ଜମା ଟଙ୍କାର ପୂରା ରାଶି ମିଳିଥାଏ ।

ଉଚ୍ଚଶିକ୍ଷା ମିଳିବ ସୁବିଧା

ଆହୁରି ମଧ୍ୟ ଝିଅମାନଙ୍କ ଉଚ୍ଚଶିକ୍ଷା ପାଇଁ ଦଶମ ପରେ ଜମାଟଙ୍କାରୁ ୫୦ ପ୍ରତିଶତ ଟଙ୍କା ଉଠାଇ ଉପଯୋଗ କରିପାରିବେ । ଏ ସୁବିଧା କେବଳ ୧୮ ବର୍ଷ ବୟସ ପରେ ହିଁ ଏହାର ଲାଭ ଉଠାଇ ପାରିବେ । ଟଙ୍କା କିସ୍ତି ଅନୁସାରେ ବା ଏକାଥରକେ ଉଠାଇପାରିବେ । କିନ୍ତୁ ବର୍ଷକୁ ଥରେ ହିଁ ଏବଂ ୫ ବର୍ଷ ପର୍ଯ୍ୟନ୍ତ କିସ୍ତିରେ ପଇସା ଉଠାଇପାରିବେ । ଯଦି ଆପଣ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରି ରଖିଥାନ୍ତି ତେବେ ମ୍ୟାଚୁରିଟ୍ ପିରିୟଡ୍ ବା ପରିପକ୍ବ ଅବଧି ପୂବର୍ରୁ ଏଥିରୁ ପଇସା ଉଠାବାର ସୁବିଧା ରହିଛି । ଟଙ୍କା ଉଠାଇବା ପାଇଁ ଝିଅର ପରିଚୟ ପତ୍ର ସହିତ ସମସ୍ତ ପ୍ରକାର ଶିକ୍ଷାଗତ ପ୍ରମାଣ ପତ୍ର ଦେବାକୁ ପଡିଥାଏ ।