ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ପିତୃ ବିୟୋଗ

ଭୁବନେଶ୍ୱର: ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ଙ୍କ ପିତା ଅକ୍ଷୟ କୁମାର ରାଉତଙ୍କ ସୋମବାର ପରଲୋକ ଘଟିଛି । ସ୍ୱର୍ଗତ ରାଉତ ଜଣେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଭାବେ ବେଶ ପରିଚତ । ୧୯୭୨ ମସିହାରେ ସେ ଏସ୍ସିବିରୁ ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ । ଜାମ୍ସେଦପୁର ଟାଟା ନଗରରେ ସେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । ଅସୁସ୍ଥ ହେବା କାରଣରୁ ତାଙ୍କୁ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ପରିବାର ଓ ବନ୍ଧୁ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।