ଗୋଟିଏ ଘରୁ ମିଳିଲା ୪ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

1 min read

ଦିଲ୍ଲୀ : ଦିଲ୍ଲୀ ଉପକଣ୍ଠ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଘରୁ ମିଳିଛି ୪ଟି ଶବ । ସ୍ୱାମୀ, ସ୍ତ୍ରୀ ଓ ଦୁଇ ପିଲାଙ୍କ ମୃତ ଦେହ ଜବତ ହୋଇଛି । ଆଜି ସକାଳେ ଗୋଟିଏ ଘରୁ ସମସ୍ତ ମୃତଦେହ ମିଳିଥିବାର ସୂଚନା ମିଳୁଛି । ଆଖପାଖ ଅଞ୍ଚଳର ଲୋକେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ୪ ଜଣଙ୍କ ମୃତଦେହ ଠାବ କରିଛି । ଏଥିମଧ୍ୟରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିବାବେଳେ ତାଙ୍କ ୨୭ ବର୍ଷୀୟ ପତ୍ନୀଙ୍କ ସମେତ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ୬ ବର୍ଷର ଝିଅ ଓ ୩ ବର୍ଷର ପୁଅର ମୃତଦେହ ପୋଲିସ ଜବତ କରଛି  । ମୃତଦେହରେ କୈାଣସି ପ୍ରକାର କ୍ଷତ ଥିବାର ଦେଖାଯାଇନାହିଁ ।

ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମାମଲାର ତଦନ୍ତ କରିବା ସହ ଫରେନସିକ୍ ଟିମ୍ ମଧ୍ୟ ମାମଲାର ଯାଞ୍ଚ କରୁଥିବା ସୂଚନା ମିଳିଛି । ପଡ଼ୋଶୀଙ୍କ କହିବାନୁସାରେ ଏହି ପରିବାର ଗତ କିଛି ଦିନ ହେବ ଦିଲ୍ଲୀ ଉପକଣ୍ଠ ଜିଲ୍ଲାର ସିରସପୁର ଗାଁର ଏକ ଭଡ଼ା ଘରେ ବାସ କରିଆସୁଥିଲେ । ମୃତ ଯୁବକଙ୍କ ନାଁ ଅମିତ ବୋଲି ଜଣାପଡ଼ିଛି । ଅମିତ ଆଖପାଖରେ ଛୋଟମୋଟ କାମ କରି ପରିବାର ପ୍ରତିପୋଷଣ କରୁଥିବା ଜଣାପଡ଼ିଛି । କିଛି ଦିନ ପୂର୍ବରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖାଯାଇଥିଲା । ସମସ୍ତ ପରିବାର ବିଷ ଖାଇ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଥିବା ବେଳେ ଏଯାଏ ପୋଲିସ୍ ପକ୍ଷରୁ କୈାଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Leave a Reply