ଛାତ୍ରଙ୍କ ଆତ୍ମହତ୍ୟା ମାମଲା, ସାମ୍ନାକୁ ଆସିଲା ସୂର୍ଯ୍ୟପ୍ରକାଶଙ୍କ ସୁଇସାଇଡ ନୋଟ୍

1 min read

ଭୁବନେଶ୍ୱର: ଭୁବନେଶ୍ବରରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଗଙ୍ଗପଡ଼ାରେ ଏକ ଘରୋଇ କଲେଜରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ହେଲେ ସୂର୍ଯ୍ୟପ୍ରକାଶ ପଲାଇ । ସେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ । ଗତକାଲି ରାତିରେ ସୂର୍ଯ୍ୟପ୍ରକାଶ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ସନ୍ଦେହରେ ଇନ୍ ଫୋ ଭ୍ୟାଲି ଥାନାରେ ପରିବାର ଲୋକ ଏତଲା ଦେଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ କଲେଜ କର୍ତ୍ତୃପକ୍ଷ ତରବରିଆ ଭାବେ କବାଟ ଭାଙ୍ଗି ମୃତଦେହକୁ ଏମସକୁ ନେଇଥିଲେ । ତଦନ୍ତ ପାଇଁ କଲେଜରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଛି। ଅନ୍ୟପଟେ ସାମ୍ନାକୁ ଆସିଲା ସୂର୍ଯ୍ୟପ୍ରକାଶଙ୍କ ସୁଇସାଇଡ ନୋଟ । ମୃତ୍ୟୁ ପୂର୍ବର ଅକୁହା କଥା ଲେଖି ଜୀବନ ହାରିଛନ୍ତି ସୂର୍ଯ୍ୟପ୍ରକାଶ । ୪୧୦ ନମ୍ବର ରୁମରୁ ସୁଇସାଇଡ଼ ନୋଟକୁ ଜବତ କରିଛି ପୋଲିସ ।

ସୁଇସାଇଡ ନୋଟ ଜବତ ପରେ ବଢ଼ିଛି ପୋଲିସର ସନ୍ଦେହ । ଧଳା କାଗଜରେ ଓଡ଼ିଆରେ ଲେଖାଯାଇଛି ସୁଇସାଇଡ ନୋଟ । ମୁଁ କେଉଁ କାରଣରୁ ମରୁଛି, ତାହା କହି ପାରୁନି । ସବୁ ଭୁଲ ମୋର, କଲେଜର କିଛି ଭୁଲ ନାହିଁ । ଏହାସହ ସାଙ୍ଗମାନଙ୍କ ଭବିଷ୍ୟତ ନଷ୍ଟ ନହେଉ ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି । ସେହିପରି ସୁଇସାଇଡ ନୋଟରେ I Love You Mama ବୋଲି ଲେଖା ଯାଇଥିବା ଜଣାପଡିଛି ।