ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଜୁଇ ଶୋଇପଡ଼ିଲା ସ୍ତ୍ରୀ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ପାରିବାରିକ କଳହରୁ ଉନ୍ମତ୍ତକାଣ୍ଡ । ସ୍ତ୍ରୀ ଆଗରେ କିରୋସିନ ଢାଳି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ସ୍ବାମୀକୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମୃତ । ଗୁରୁତର ଅବସ୍ଥାରେ ସ୍ୱାମୀ କଟକ ବଡ ମେଡିକାଲରେ ଭର୍ତ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁର ଶୈଳେନ୍ଦ୍ର ମଲ୍ଲିକ ଏବଂ ସ୍ତ୍ରୀ ବନ୍ଦିତା ମଲ୍ଲିକଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା ।

ଏବଂ ସାମାନ୍ୟ ଝଗଡ଼ା ଉଗ୍ରରୂପ ନେବାରୁ ସ୍ୱାମୀ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ହୋଇଥିଲେ । ଉଭୟଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବନ୍ଦିତାଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଶୈଳେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଅଛି ।

Leave a Reply