ଓପିଟିସିଏଲ ଆଗରେ କର୍ମଚାରୀଙ୍କ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓପିଟିସିଏଲ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ସୁରକ୍ଷା କର୍ମୀ ସଙ୍ଘର ସଭାପତି ନିଲାମ୍ବର ଦଣ୍ଡସେନା ଦେହରେ କିରୋସିନି ଢାଳି  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଓପିଟିସିଏଲ ଗ୍ରୀଡରେ ଏକ୍‌ଜିକ୍ୟୁଟିଭ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ଅଧିନରେ କାମ କରୁଥିବା କର୍ମଚାରୀମାନେ ଦୀର୍ଘ ୮ମାସହେଲା ଦରମା ପାଇନଥିବା ଅଭିଯୋଗ ହୋଇଛି ।

ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି  । ତେଣୁ ଜିଲ୍ଲାପାଳଙ୍କ କାର୍ଯାଳୟ ଆଗରେ ୪ଦିନ ହେଲା କର୍ମଚାରୀମାନେ  ଧାରଣାରେ ବସିଛନ୍ତି । କିନ୍ତୁ କମ୍ପାନୀ କର୍ତ୍ତୁପକ୍ଷ  କିମ୍ବା ପ୍ରଶାସନ ଘଟଣାସ୍ଥଳକୁ ଆସିନଥିବାରୁ ନିଲାମ୍ବର ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି  । ଅଭିଯୋଗର ତୁରନ୍ତ ସମାଧାନ ନହେଲେ ସମସ୍ତ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply