ହତ୍ୟା ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ: ବଡ଼ ମେଡିକାଲରେ ଭର୍ତ୍ତି

ଦିଗପହଣ୍ଡି: ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ହତ୍ୟା ମାମଲାର ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଗିରଫ ହେବା ପରେ ଥାନା ପାଇଖାନା ଭିତରେ ଫିନ।ଇଲ ପିଇ ଆତ୍ମହତ୍ୟା ଉଦ୍ୟମ । ଅଭିଯୁକ୍ତ ଜଣଙ୍କ କବିସୁର୍ଯ୍ୟନଗରର ପ୍ରମୋଦ ଦଳାଇ ବୟସ ୨୮ ବର୍ଷ । ଗତ ୨୩ ତାରିଖରେ ହିଞ୍ଜିଳି ବିଭୂପ୍ରସାଦ ଦାସଙ୍କୁ ତପ୍ତପାଣି ଜଙ୍ଗଲରେ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ହତ୍ୟା କରାଯାଇଥିଲା ।

ଏହି ମାମଲାରେ ପାଟପୁର ଥାନା ପୋଲିସ ପୂର୍ବରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୁରୁବାର ରାତିରେ କବିସୂର୍ଯ୍ୟନଗରରୁ ପ୍ରମୋଦକୁ ଗିରଫ କରିଛି ପୋଲିସ ।

ତେବେ ଆତ୍ମହତ୍ୟା ଉଦ୍ୟମ ପରେ ଅଭିଯୁକ୍ତର ଅବସ୍ଥା ଗୁରୁତର ହୋଇଥିବାରୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ।  ପ୍ରାପ୍ତ ସୂଚନା ମୁତାବକ ଜଣଙ୍କ ବିବାହ ଠିକ ହୋଇଥିବା ବେଳେ ଗିରଫ ହୋଇ ଜେଲ ଯିବା ଭୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ସେପଟେ ଏ ନେଇ ଥାନା ଅଧିକାରୀ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

Leave a Reply