ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ, ଗାଡ଼ି ଥୋଇ ମହାନଦୀକୁ ଡେଇଁଲେ ଯୁବକ

କଟକ: ସୁଇସାଇଡ ପଏଣ୍ଟ ହେଲା କି ମୁଣ୍ଡଳୀ ବ୍ୟାରେଜ୍ । ପୁଣି ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ଥୋଇ ନଦୀକୁ ଡେଇଁଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ଆସି ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି, ହେଲେମେଟ ଓ ଚପଲ ରଖି ମହାନଦୀକୁ ଡେଇଁଥିବା ସୂଚନା ମିଳିଛି ।

ନିଖୋଜ ଯୁବକ ହେଲେ ଅନୁଗୁଳ ଶିମିଳିପଡ଼ା ଗାଁର ରଘୁରଞ୍ଜନ ମହାକୁଡ଼ । ପାରିବାରିକ କଳହରୁ ଗତକାଲି ରାତି ୮ଟା ପରେ ଘରୁ ପଳାଇ ଆସିଥିଲେ । ଏନେଇ ଗୋଡିସାହି ଫାଣ୍ଡି ପୋଲିସ ଓ ଆଠଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନି ।