‘ରାଜ୍ୟରେ ରେମଡିସିଭିର ଓ ଫାବିଫିରାବିର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଅଛି’

1 min read

ଭୁବନେଶ୍ୱର: ରାଜ୍ୟରେ ଜୀବନ ରାକ୍ଷାକାରୀ ଔଷଧ ଓ ଇଞ୍ଜେକସନ୍‌ର ଅଭାବ ନାହିଁ । ବର୍ତ୍ତମାନ ରାଜ୍ୟରେ ଦୈନିକ ମାତ୍ର ୧୨ଶହ ରେମଡିସିଭିର ଇଞ୍ଜେକସନ୍‌ର ଆବଶ୍ୟକ ପଡ଼ୁଥିବା ବେଳ ୪୩ ହଜାର ଇଞ୍ଜେକସନ୍ ମହଜୁଦ୍ ରହିଛି ।  ଆସନ୍ତାକାଲି ଆଉ ୨୧  ହଜାର ଇଞ୍ଜେକସନ୍ ଆସି ପହଞ୍ଚିବ । ରେମଡିସିଭିରର ଅଭାବ ନେଇ ଯେଉଁ ଖବର ପ୍ରକାଶିତ ହୋଇଥିଲା ତାହା ଘରୋଇ ହସ୍ପିଟାଲ ସମ୍ପର୍କିତ । କିନ୍ତୁ ଆମେ ସରକାରୀ କୋଟାରୁ ଘରୋଇ ହସ୍ପିଟାଲକୁ ଏବେ ରେମଡିସିଭିର ଯୋଗାଇ ଦେଉଛୁ । ସେହିଭଳି ଫାବିଫଇରାବିର ମଧ୍ୟ ପର୍ଯ୍ୟାପ୍ତ ପରିମାଣର ରହିଛି । ପାଖାପାଖି ସାଢ଼େ ୬ ଲକ୍ଷ ବଟିକ ରହିଥିବା ବେଳେ ଆଉ ୨୦ ଲକ୍ଷ ବଟିକା ନେଇ ଅର୍ଡର ଦିଆଯାଇଛି । ଆଉ ୩ ଲକ୍ଷ ରେମଡିସିଭର ନେଇ ମଧ୍ୟ ଅର୍ଡର ଦିଆଯାଇଛି । ଅନ୍ୟ ଆବଶ୍ୟକ ସାମଗ୍ରୀ ପିପିଇ କିଟ୍, ମାସ୍କ ମଧ୍ୟ ଆସନ୍ତା ୨ ମାସ ପାଇଁ ମହଜୁଦ ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ସେ ଆହୁରି କହିଛନ୍ତି , ଲୋକମାନେ ଭୟଭୀତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ୬୧ ହଜାର ୬୯୮ ମାମଲା ସକ୍ରିୟ ରହିଥିବା ବେଳେ ୮୯ ପ୍ରତିଶତ ଲୋକେ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି । ଏବଂ ଆମ ବରିଷ୍ଠ ବିଶେଷଜ୍ଞମାନଙ୍କ କହିବା ହେଲା ଯେ, ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଲୋକ ଘରେ ରହି ଚିକିତ୍ସିତ ହୋଇପାରିବେ । କରୋନା ସଂକ୍ରମିତ ହେଲା ମାତ୍ରେ ହସ୍ପିଟାଲ ଆସି ବେଡ୍ ଅକ୍ତିଆର କରିବା ଆବଶ୍ୟକ ନୁହେଁ । ଯଦି ନିହାତି ଆବଶ୍ୟକ ନୁହେଁ ତାହେଲେ ବେଡ୍ ଅକ୍ତିଆର କରନ୍ତୁ ନାହିଁ । ବେଡର ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ବେଡ୍ ଖାଲି ରଖିବାକୁ ସେ ଅନୁରୋଧ କରିଛନ୍ତି  ।

ଅପରପକ୍ଷରେ ଶନିବାର ଓ ରବିବାର ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ହେବାକୁ ଥିବା ଯୋଗୁଁ ଏହି ସମୟରେ ଟିକାକରଣ ବନ୍ଦ ରହିବ । ପ୍ରଥମ ଡୋଜ୍ ନେବାର ନିର୍ଦ୍ଧିରିତ ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍ ନନେଲେ ଟିକା ଅକାମି ହୋଇଯିବା ଏଣୁ ଅଗ୍ରାଧିକାର ଭିତ୍ତିରେ ଦ୍ୱିତୀୟ ଡୋଜ ଦିଆଯିବ । ଏଯାବତ୍ ରାଜ୍ୟରେ ପର୍ଯ୍ୟାୟ ପରିମାଣର ଟିକା ନଥିବାରୁ  ୧୮-୪୪ ବୟସ୍କଙ୍କ ଟିକାକରଣ ମଇ ୧ରୁ ଆରମ୍ଭ ହୋଇପାରିବ ନାହିଁ । ଟିକା ନେଇ ଟିକା ଉତ୍ପାଦନକାରୀ କମ୍ପାନୀ ସହ କଥା ହୋଇସାରିଛି । ରାଜ୍ୟରେ ଟିକା ପହଞ୍ଚିଲା ମାତ୍ରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।

Leave a Reply