ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ପାରା ପାଓ୍ୱାରଲିଫ୍ଟିଂରେ ସୁନା ଆଣିଲେ ସୁଧୀର

1 min read

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଦେଶକୁ ମିଲିଲା ଆଉ ଏକ ପଦକ । ସ୍ୱର୍ଣ୍ଣ ପଦକ ଜିତିଲେ ସୁନା ପୁଅ ସୁଧିର । ପାରା ପାୱାରଲିଫ୍ଟିଂର ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ପୁରୁଷ ବର୍ଗରେ ସୁନା ପଦକ ଆଣିଲେ ସୁଧିର । ଏକ ଐତିହାସିକ ସଫଳତା ସହ ରେକର୍ଡର ଅଧିକାରୀ ହୋଇଛନ୍ତି ସୁଧିର । ପ୍ରଥମ ପ୍ରୟାସରେ ୨୦୮ କେଜି ଭାରୋତ୍ତଳନ କରିଥିଲେ ସୁଧିର । ଦ୍ୱିତୀୟ ଲିଫ୍ଟରେ ୨୧୨ କେଜି ଭାର ଉଠାଇ ସ୍ୱର୍ଣ୍ଣ ଜିତିଛନ୍ତି ସୁଧିର ।

୨୭ ବର୍ଷୀୟ ସୁଧିର ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ମେଡାଲ ହାତେଇଥିଲେ । ଏବେ ସୁଦ୍ଧା କମନୱେଲ୍ଥ ଗେମ୍ସରେ ଦେଶକୁ ୨୦ଟି ପଦକ ମିଳିଥିବା ବେଳେ ୬ଟି ସ୍ୱର୍ଣ୍ଣ ପଦକ ହାସଲ ହୋଇଛି ।