ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ । ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବର ମାଉସୀ ମାଆ ମନ୍ଦିର ଅଞ୍ଚଳରେ ଥିବା ବାସ ଭବନରେ ତାଙ୍କର ପରଲୋକ ଘଟିଛି । ସେ ରାଜ୍ୟ ମାନବାଧିକାର ଆୟୋଗର ପ୍ରଥମ ସଦସ୍ୟ ଥିଲେ । ଷ୍ଟାଫ ସିଲେକ୍ସନ ଓ କୃଷି କମିଶନ ଅଧ୍ୟକ୍ଷ ମଧ୍ୟ ଥିଲେ ସୁଧାଂଶୁ ମୋହନ ପଟ୍ଟନାୟକ ।