spot_img

Latest Posts

ଖୋଲିଲା ଶ୍ରୀମନ୍ଦିର, ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକାକଳା ପ୍ରଦର୍ଶନ

ପୁରୀ: ଦୀର୍ଘ ୯ ମାସ ପରେ ଆଜିଠୁ ଖୋଲିଲା ପୁରୀ ଜଗନ୍ନାଥ ମନ୍ଦିର । ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। ଏହି ପରିପ୍ରେକ୍ଷୀରେ  ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ଶ୍ରଦ୍ଧାଳୁ ମାନେ କରୋନା କଟକଣାକୁ ପାଳନ କରି ଏହି ଖୁସିର ମୁହୂର୍ତ୍ତକୁ ଉପଭୋଗ କରିବା ନେଇ ସେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।

ସୂଚନା ମୁତାବକ ସକାଳ ୭ଟା ୩୦ରୁ ପହୁଡ଼ ପର୍ଯ୍ୟନ୍ତ ମିଳିବ ମହାବାହୁଙ୍କ ଦର୍ଶନ। ୨୩ , ୨୪ ଓ ୨୫ ତାରିଖ ତିନି ଦିନ ଧରି ସେବାୟତ ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେହିପରି ୨୬ ତାରିଖରୁ ୱାର୍ଡ ୱାରି ପୁରୀ ସହରବାସୀ ଦର୍ଶନ ସୌଭାଗ୍ୟ ପାଇବେ । ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ୱେଛାସେବୀ ନିୟୋଜିତ ହେବ । ଜାନୁଆରୀ ୩ରୁ ଜିଲ୍ଲା ବାହାରର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ।

Latest Posts

Don't Miss