ବିଦେଶୀ ନାଗରିକଙ୍କୁ ରେସ୍କ୍ୟୁ ପାଇଁ ସୁଦାନରେ ୭୨ ଘଣ୍ଟିଆ ଯୁଦ୍ଧବିରତି

1 min read

ନୂଆଦିଲ୍ଲୀ: ବିଦେଶୀ ନାଗରିକଙ୍କୁ ରେସ୍କ୍ୟୁ ପାଇଁ ସୁଦାନରେ ୭୨ ଘଣ୍ଟିଆ ଯୁଦ୍ଧବିରତି । ତିନିଦିନ ପାଇଁ ଉଭୟ ସେନା ଓ ପାରାମିଲିଟାରୀ ଫୋର୍ସ ପକ୍ଷରୁ ଯୁଦ୍ଧବିରତି ଘୋଷଣା କରାଯାଇଛି । ସୁଦାନ ଆର୍ମଡ ଫୋର୍ସ ଓ ରାପିଡ ସପୋର୍ଟ ଫୋର୍ସ ପକ୍ଷରୁ ଏପ୍ରିଲ ୨୪ ତାରିଖ ମଧ୍ୟରାତ୍ରିରୁ ଯୁଦ୍ଧବିରତି ଘୋଷଣା ହୋଇଛି । ଆମେରିକା ଓ ସାଉଦି ଆରବର ମଧ୍ୟସ୍ଥତା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି । ଏହି ସମୟ ମଧ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସମାଧାନ ପାଇଁ ଉଦ୍ୟମ କରାଯିବ । ଏବଂ ଅନ୍ୟ ରାଷ୍ଟ୍ର ନିଜ ନିଜ ଲୋକଙ୍କୁ ସୁରକ୍ଷିତ ଫେରାଇ ନେବାକୁ ଅପରେସନ ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ସୁଦାନରେ ପ୍ରାୟ ୪୨୭ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୁଦାନରେ ଆସିରହିଥିବା ଭାରତୀୟଙ୍କୁ ଅପରେସନେ କାବେରୀ ଯୋଗେ ସ୍ବଦେଶ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୫୦୦ ଭାରତୀୟ ପୋର୍ଟ ସୁଦାନରେ ପହଞ୍ଚିଛନ୍ତି । ସେମାନଙ୍କୁ ସେଠାରୁ ଭାରତ ଆଣିବା ଲାଗି ଜାହାଜ ଓ ବିମାନ ପ୍ରସ୍ତୁତ ରହିଛି । ଯାତ୍ରୀମାନଙ୍କୁ ଏୟାରଫୋର୍ସ ସି-୧୩୦ ଜେ ଅଣାଯିବା ଲାଗି ବ୍ୟବସ୍ଥା କରାଯାଇଛି । ଅନ୍ୟାନ୍ୟ ଦେଶର ନାଗରିକଙ୍କୁ ସ୍ବଦେଶ ଫେରାଇ ନେବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଛି । ସେପଟେ ଯୁଦ୍ଧ ବନ୍ଦ କରିବା ସହ ଶାନ୍ତି ପ୍ରତିଷ୍ଠା ଲାଗି ୧୫ଟି ଦେଶକୁ ଅପିଲ କରିଛନ୍ତି ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ।