ସୁଦାନ ଦାରଫରସ୍ଥିତ ହସ୍ପିଟାଲ ଉପରେ ଡ୍ରୋନ ହମଲା, ୭୦ରୁ ଅଧିକ ମୃତ

1 min read

ନନ୍ଦିଘୋଷ ବ୍ୟୁରୋ: ସୁଦାନର ଦାରଫର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ବଡ଼ ଧରଣର ଡ୍ରୋନ ହମଲା। ଆକ୍ରମଣରେ ପ୍ରାଣ ହରାଇଛନ୍ତି ୭୦ରୁ ଅଧିକ ଲୋକ। ଅନେକ ହୋଇଛନ୍ତି ଆହତ। ଦାରଫର ସ୍ଥିତ ସାଉଦି ହସ୍ପିଟାଲରେ ହୋଇଛି ବୋମାମାଡ଼। ହମଲାରେ ହସ୍ପିଟାଲର ବ୍ଯାପକ କ୍ଷତି ଘଟିଛି। ତେବେ ଆକ୍ରମଣର କାରଣ ଓ କିଏ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଗତ ୨୦୨୩ ଏପ୍ରିଲରୁ ସୁଦାନ ସେନା ଓ ଅର୍ଦ୍ଧସାମରିକ ରାପିଡ ସପୋର୍ଟ ଫୋର୍ସ ମଧ୍ଯରେ ସଂଘର୍ଷ ଜାରି ରହିଛି। ଦାରଫର ଅନେକ ପଶ୍ଚିମାଞ୍ଚଳକୁ କବଜାକୁ ନେଇସାରିଲାଣି ରାପିଡ ସପୋର୍ଟ ଫୋର୍ସ।  ଉତ୍ତର ଦାରଫରର ରାଜଧାନୀ ଏଲ-ଫାସେରକୁ ମଧ୍ଯ ବିଦ୍ରୋହୀମାନେ କବଜାକୁ ନେଇସାରିଛନ୍ତି। ଆକ୍ରମଣ ପରେ ହସ୍ପିଟାଲରୁ ୮୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସୁଦାନରେ ଜାରି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୦ ହଜାରରୁ ଅଧିକ ଲୋକ। ବାସଚ୍ଯୁତ ହେଲେଣି ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକ। ଲକ୍ଷ ଲକ୍ଷ ଲୋକ ଅନାହାରରେ ସଢୁଥିଲେ ବି ଥମିବାର ନାଁ ନେଉନି ଯୁଦ୍ଧ। ତେଣେ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡିକ ଉପରେ ହମଲା ନକରିବାକୁ ଆହ୍ବାନ ଦେଇନ୍ତି ବିଶ୍ବସ୍ବାସ୍ଥ୍ଯ ସଂଗଠନର ମହାସଚିବ ଟେଡରସ ଅଧନମ ଘେବ୍ରେସିୟସ।