spot_img

Latest Posts

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉତ୍ତରକୁ କାଉଣ୍ଟର କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ରଖିଥିବା ଉତ୍ତରକୁ କାଉଣ୍ଟର କଲେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଚିଠି ଲେଖି ସେ ଆପତ୍ତି ଜଣାଇଛନ୍ତି । ୨୦୨୧-୨୨ ୟୁଡିଆଇଏସଇ ଆଧାରରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ହାରକୁ ୪୯.୯ ପ୍ରତିଶତ ଦର୍ଶାଇଥିବାରୁ ଉଦବେଗ ପ୍ରକାଶ ପାଇଛି । ରାଜ୍ୟରେ ଚାଲୁଥିବା ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟ, ବୈଷୟିକ ଅନୁଷ୍ଠାନ ଏବଂ ପତ୍ର ବିନିମୟ ପାଠକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ତଥ୍ୟ ଉପସ୍ଥାପିତ କରାଯିବାର ବିଧି ବ୍ୟବସ୍ଥା ନଥିବାରୁ କେବଳ UDISE ତଥ୍ୟ ଆଧାରରେ ଡ୍ରପ ଆଉଟ ହାର ସଠିକ୍ ଭାବେ ଆକଳନ କରିବା ସମ୍ଭବପର ନୁହେଁ ।

ଆମ ରାଜ୍ୟରେ ପ୍ରାୟ ୧ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏହି ଅନୁଷ୍ଠାନ ମାନଙ୍କରେ ଅଧ୍ୟୟନରତ ଥିବାରୁ ସେମାନଙ୍କ ସମ୍ବନ୍ଧୀୟ ତଥ୍ୟ ଗୁଡିକୁ UDISE ରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, କେନ୍ଦ୍ର ଶିକ୍ଷା ବିଭାଗକୁ ବାରମ୍ବାର ଚିଠି ଲେଖିଛନ୍ତି । ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ସଂଗୃହୀତ ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ Drop-out ହାର ପ୍ରାୟ ୨୦ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟାନ୍ୟ ପାଠ୍ୟକ୍ରମର ଅଧୟନରତ ୧ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀଙ୍କର ତଥ୍ୟକୁ UDISEରେ ସଠିକ୍ ଭାବେ ଉପସ୍ଥାପିତ କରାଗଲେ, ଏହା ପ୍ରାୟ ୧୫ ପ୍ରତିଶତକୁ ହ୍ରାସ ପାଇବ । ଏଣୁ, ରାଜ୍ୟର Drop-out ହାରକୁ ସଠିକ୍ ଭାବେ ଆକଳନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ।

Latest Posts

Don't Miss