ଅର୍ଥ କମିଶନ ସୁପାରିସ୍ ଗ୍ରହଣ କରୁନି କେନ୍ଦ୍ର: ରାଜ୍ୟ ଉପରେ ପଡ଼ୁଛି ଅଯଥା ବୋଝ

ଭୁବନେଶ୍ୱର: ପ୍ରାକୄତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି। ଯାହା ଫଳରେ ରାଜ୍ୟ ଉପରେ ଅଯଥା ବୋଝ ପଡୁଛି । ବିଧାନସଭାର ପ୍ରଶ୍ନକାଳରେ ଆଜି ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରର ୯୦ ଓ ରାଜ୍ୟର ୧୦ ପ୍ରତିଶତ ଅଂଶ ରହିବା କଥା । କିନ୍ତୁ ୨୦୧୭ରେ ଜିଏସ୍‌ଟି ଲାଗୁ ପରେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରର ଅଂଶ ୭୫ ଓ ରାଜ୍ୟର ଅଂଶ୨୫ ପ୍ରତିଶତ ନିୟମ କରିଛନ୍ତି । ଏଥିଯୋଗୁ ରାଜ୍ୟ ୬୨୦କୋଟି ୫୦ ଲକ୍ଷ ଟଙ୍କା କମ୍‌ ପାଇଛି। ଏ ବାବଦରେ ଆଜି ବିଧାୟକ ଅମର ଶତପଥୀ, ପ୍ରଦୀପ ଅମାତ ପ୍ରମୁଖ  ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହାର ଉତ୍ତର ରଖଥିଲେ  ।

ଏଥିସହିତ ପଢ଼ନ୍ତୁ: ଭାରତକୁ ଧନ୍ୟବାଦ ଜଣାଇଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍, ଜାଣନ୍ତୁ କାହିଁକି

Leave a Reply