ଲିଙ୍ଗ ପରିବର୍ତ୍ତନ କରାଇବେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ

କୋଲକାତା : ଲିଙ୍ଗ ପରିବର୍ତ୍ତନ କରିବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ  । ଲିଙ୍ଗ ପରିବର୍ତ୍ତନ କରି ଝିଅରୁ ପୁଅ ହେବେ ସୁଚେତନା । ଏନେଇ ସେ ସେକ୍ସ ରିଓସାଇନମେଣ୍ଟ ଅପରେଶନ କରାଇବେ । କିଛିଦିନ ତଳେ ଏକ ସଭାରେ ଉଦବୋଧନ ଦେଇ ସୁଚେତନା ନିଜକୁ ତୃତୀୟ ଲିଙ୍ଗୀ ବା ଟ୍ରାନ୍ସ ଓମେନ୍ ବୋଲି ଘୋଷଣା କରିଥିଲେ । ଏହାସହ ସେ କହିଥିଲେ କି ଅପରେଶନ ପରେ ସେ ସୁଚେତନ ନାମରେ ପରିଚିତ ହେବେ ।

ସୁଚେତନାଙ୍କୁ ଏବେ ୪୧ ବର୍ଷ  । ସେ ଏବେ ଶାନ୍ତିରେ ନିଶ୍ୱାସ ନେବେ ବୋଲି କହିଛନ୍ତି । ଟ୍ରାନ୍ସ ଓମେନ୍ ବନିବା ପୂର୍ବରୁ ସେ ଜରୁରୀ ଆଇନଗତ  ଔପଚାରିକତା ପୂରଣ କରିବେ ବୋଲି ପ୍ରକାଶ କରିଛନ୍ତି । ସୁଜେତନା କହିଛନ୍ତି ଯେ, ସ୍କୁଲ ଯିବା ବେଳୁ ସେ ନିଜକୁ ପୁରୁଷ ରୂପେ ଚିହ୍ନିଥିଲେ । ସମୟ ବିତିବା ସହ ଏହି ଭାବନା ଅଧିକ ବିକଶିତ ହୋଇଥିଲା । ମାନସିକ ଭାବେ ସେ ପୁରୁଷ ଥିବା ବେଳେ ଏବେ ଶାରୀରିକ ଭାବେ ପୁରଷ ହେବାକୁ ଚାହାନ୍ତି ।

ସୁଚେତନା ଜଣେ ପରିବେଶ ବିଜ୍ଞାନୀ । ଏଥିସହ ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ମଧ୍ୟ । ୨୦୧୫ରୁ ସେ କୋଲକାତା ରେନବୋ ପ୍ରାଇଡ୍ ଫାଉଣ୍ଡେସନର ନିର୍ଦ୍ଦେଶକ ବୋର୍ଡର ସଦସ୍ୟ ଅଛନ୍ତି । ସମସ୍ତ ରାଜନୈତିକ ଦଳ ଏଲଜିବିଟିକ୍ୟୁ ସମୁଦାୟକୁ ସମର୍ଥନ କରିବା ନିମନ୍ତେ ସେ ଅନୁରୋଧ କରିଛନ୍ତି ।