ଆଇଲାଇନରରେ ଲେଖିଥିଲେ ସ୍ୱାମୀଙ୍କ ସହ ଝଗଡ଼ା କାହାଣୀ…

ନୂଆଦିଲ୍ଲୀ: ଆଇ ଲାଇନରରେ ଲେଖିଥିଲେ ସ୍ବାମୀଙ୍କ ସହ ଝଗଡ଼ା କାହାଣୀ। ଟିସ୍ୟୁ ପେରରେ ଲେଖାଥିଲା ଏହି ହାତଲେଖା ନୋଟ୍  ଗୋଆରେ ୪ ବର୍ଷର ପୁଅକୁ ହତ୍ୟା ଘଟଣାରେ ମିଳୁଛି ନୂଆ ତଥ୍ୟ। ଛାନବିନ ବେଳେ ପୋଲିସକୁ ମିଳିଛି ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ। ଅଭିଯୁକ୍ତ ସୁଚନାଙ୍କ ପର୍ସରୁ ଗୋଟିଏ ହାତଲେଖା ନୋଟ ଉଦ୍ଧାର କରିଛି ପୋଲିସ।

ଏହି ହାତ ଲେଖା ନୋଟ୍ ଟିସ୍ୟୁ ପେରରରେ ଆଇ ଲାଇନରରେ ଲେଖାଯାଇଛି। ସ୍ବାମୀ ସହ ଝଗଡ଼ା କାହାଣୀ ସେ ଏହି ଟିସ୍ୟୁ ପେପରେ ଲେଖିଛନ୍ତି। ଗୋଆରୁ ଗତ ୮ ତାରିଖ ରାତିରେ ସୁଚନା ବେଙ୍ଗାଳୁରୁ ଅଭିମୁଖେ ବାହାରିଥିଲେ। ହତ୍ୟା ପରେ ଟିକିଏ ବି ବିଚଳିତ ନଥିବା କହିଛି ତାଙ୍କୁ ନେଇ ଯାଇଥିବା ଟାକ୍ସି ଡ୍ରାଇଭର। ପୁରା ଶାନ୍ତ ଭାବେ ସେ ଏହି ଯାତ୍ରା କରିଥିଲେ। ତେବେ ଏହି ହ୍ୟାଣ୍ଡ ରିଟିନ୍ ନୋଟରେ କଣ ରହିଛି ପୋଲିସ କୌଣସି ସୂଚନା ଦେଇନାହିଁ । ୩୯ ବର୍ଷୀୟ ସୁଚନାଙ୍କ ସହ ସ୍ବାମୀଙ୍କ ଝଗଡ଼ାକୁ ନେଇ ପୁଅକୁ ହତ୍ୟା କରିଥିବା ମାମଲା ଚଳାଇଛି ଗୋଆ ପୋଲିସ।

ସୁଚନାଙ୍କ ମେଡିକାଲ ସହ ମନୋବିଜ୍ଞାନୀ ଯାଞ୍ଚ ମଧ୍ୟ କରାଯିବ। ସେ ଯା୍ଞ୍ଚରେ ସହାୟତା କରୁନଥିବା ସହ ହତ୍ୟାକୁ ନେଇ ସୁଚନାଙ୍କ କୌଣସି ପଶ୍ଚାତାପ ମଧ୍ୟ ନାହିଁ। ନୋଟକୁ ନେଇ ସୁଚନାଙ୍କ ମାନସିକ ସ୍ଥିତି କିପରି ରହିଛି ଏହା ଜଣାପଡୁଛି ବୋଲି କହିଛି ପୋଲିସ। ଗତ ୬ ତାରିଖରେ ସେ ହୋଟେଲକୁ ଆସି ୮ ତାରିଖରେ ଚାଲିଯାଇଥିଲେ। ଯିବାବେଳେ ଏକ ଓଜନଦାର ବ୍ୟାଗ ସାଥିରେ ନେଇଥିଲେ। ହୋଟେଲରୁ ଚେକଆଉଟ୍ ପରେ ସେଠାକାର କର୍ମଚାରୀ ସେ ରହୁଥିବା ରୁମରେ ରକ୍ତଭିଜା ଟାୱେଲ ଦେଖିଥିଲେ। ଏହାସହ ରହିବାବେଳେ ସାଥିରେ ଥିବା ପୁଅ ବାହାରିବାବେଳେ ନଥିଲା । ଏହାକୁ ନେଇ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ ହୋଟେଲ କର୍ତ୍ତୃପକ୍ଷ। ଏହାପରେ ସୁଚନାଙ୍କୁ କର୍ଣ୍ଣାଟକରୁ ଧରିଥିଲା ପୋଲିସ।