ଏସସିବିରେ ଫାଇକୋ ମାଇସିସି ରୋଗର ସଫଳ ଅସ୍ତ୍ରୋପଚାର

କଟକ: ଏସସିବି ବଡ ମେଡିକାଲ ପ୍ଲାଷ୍ଟିକ ସର୍ଜରି ବିଭାଗରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ଫାଇକୋ ମାଇସିସି ରୋଗର ସଫଳ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତରୀ ଟିମ୍ । ବାଲେଶ୍ଵରର ହରିଶ୍ଚଦ୍ର ତରାଇ ମୁହଁରେ ଲଟକି ରହିଥିବା ପ୍ରାୟ ୫ କିଲୋ ଓଜନର ମାଂସକୁ ଅପରେସନ୍ କରି କଢାଯିବ ସହିତ ଅନ୍ୟ ସ୍ଥାନରୁ ଚର୍ମ ଆଣି ପ୍ରତିରୋପଣ କରାଯାଇଛି ।
ଫଳରେ ବିକୃତ ଚେହେରା ନେଇ ଯନ୍ତ୍ରଣାରେ ଛଟପଟ ହେଉଥିବା ହରିଶ୍ଚନ୍ଦ୍ର ଏବେ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି । ଚିକିତ୍ସା ପରେ ସେ ଏବେ ସୁସ୍ଥ ହେଉଥିବା ଚାକ୍ତର କହିଛନ୍ତି । ତେବେ ଏହି ରୋଗ ପୁଣିଥରେ ଯେପରି ନହୁଏ ସେ ନେଇ ଡାକ୍ତରମାନେ ସତର୍କ ଅଛନ୍ତି । ଫଙ୍ଗଲ ଇଂଫେକ୍ସନ ପାଇଁ ଏହି ରୋଗ ହୋଇଥିବା ବେଳେ କେଉଁ ପ୍ରକାର ଫଙ୍ଗଲ ପାଇଁ ଏହାହେଲା ତାହାର ଅଧିକ ଗବେଷଣା ଚାଲିଛି ।