ପାହାଡ଼ିଆ ଭୂମିରେ ସୁନାର ଫସଲ, ଝରଣା ପାଣି ଓ ଜୈବିକ ସାରରେ ହେଉଛି ଚାଷ

Gajapati Farming

ଗଜପତି: ପାହାଡିଆ ଭୂମି ହେଲେ ଫଳୁଛି ସୁନାର ଫସଲ । ଜୈବିକ ପଦ୍ଧତିରେ ହେଉଛି ପରିବା ଚାଷ । ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲାରେ ଜୈବିକ ପ୍ରଣାଳୀରେ ହେଉଛି ପରିବା ଚାଷ । ପାହାଡିଆ ଭୂମିରେ ଝରଣା ପାଣି ଓ ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ ହେଉଛି ସୁନାର ଫସଲ । ସ୍ୱାବଲମ୍ବୀ ହେଉଛନ୍ତି ଗୁମ୍ମାବାସୀ ।

ପାହାଡିଆ ଭୂମିର ଛାତି ଉପରେ ସୁନାର ଫସଲ ଫାଳଉଛନ୍ତି ଗୁମ୍ମା ବ୍ଲକର ଚାଷୀ । ଝରଣା ପାଣି ଓ ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ କରୁଛନ୍ତି ବିଭିନ୍ନ ପ୍ରକାର ପନିପରିବା । ଆଉ ଏହାକୁ ବଜାରରେ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ଆତ୍ମନିର୍ଭର କରୁଛନ୍ତି ।

ଗୁମ୍ମା ବ୍ଲକ ପାଣ୍ଡରୂଙ୍ଗ ଗାଁର ୧୦୦ରୁ ଉର୍ଦ୍ଧ୍ୱ ଚାଷୀ ନିଜସ୍ୱ ଉଦ୍ୟମରେ ଜୈବିକ ସାର ପ୍ରସ୍ତୁତ କରି ଚାଷ କରୁଛନ୍ତି । ଗାଜର, ବିନ୍ସ, କୋବି ସାଙ୍ଗକୁ ବିଭିନ୍ନ ପ୍ରକାର ପରିବା ଫଳାଉଛନ୍ତି । ମାତ୍ରା ପାହାଡିଆ ଅଞ୍ଚଳରେ ଜଳସେଚନର ସୁବିଧା ନଥିବାରୁ ଗଭୀର ନଳକୂପ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ । ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଜୈବିକ ପଦ୍ଧତିରେ ପରିବା ଚାଷ ଯୁବପୀଢିଙ୍କୁ ପ୍ରେରଣା ଯୋଗାଇବ । ପ୍ରଚୁର ପରିମାଣର ପନିପରିବା ଚାଷ କରି ଏବଂ ଏହାକୁ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ଥାନୀୟ ଲୋକ ।

Leave a Reply