ସାଧାରଣ ପରିବାରରୁ କରିବେ ଲଣ୍ଡନ ଯାତ୍ରା, ଫେସବୁକରୁ ମିଳିଲା ଜବ ଅଫର

ନୂଆଦିଲ୍ଲୀ: କଥାରେ ଅଛି ସଫଳତା ଦେଖେନି ଧନୀ କି ଗରିବ  । ଦକ୍ଷତା ଓ ପ୍ରତିଭା ଆଧାରରେ ବ୍ୟକ୍ତିକୁ ସଫଳତା ମିଳିଥାଏ  । ଆମେ ଆଜି ଏପରି ଜଣେ ଭାରତୀୟ ଛାତ୍ରଙ୍କ କଥା କହିବୁ ଯାହାଙ୍କୁ ଫେସବୁକ୍ ୧.୮ କୋଟିର ପ୍ୟାକେଜ ଅଫର କରିଛି । ଛାତ୍ର ଜଣକ ଏହି ଅଫରକୁ ସ୍ୱୀକାର ମଧ୍ୟ କରିଛନ୍ତି  । ତାଙ୍କର ଏହି ସଫଳତାର କାହାଣୀ ଶୁଣିଲେ ଅନେକ ଯୁବଗୋଷ୍ଠୀ ପ୍ରଭାବିତ ହେବେ  ।

କୋଲକାତାର ଏକ ସାଧାରଣ ପରିବାରରେ ଜନ୍ମିତ ଛାତ୍ର ହେଉଛନ୍ତି ବିଶାଖ ମଣ୍ଡଳ । ତାଙ୍କ ମା ଜଣେ ଅଙ୍ଗନୱାଡି କର୍ମଚରୀ  । ତାଙ୍କ ପୁଅର ଏହି ସଫଳତାକୁ ଦେଖି ମାର ଆଖିରେ ଖୁସିର ଅଶ୍ରୁ ଦେଖିବାକୁ ମିଳିଛି । ଯେତବେଳେ ଗଣମାଧ୍ୟମ ତାଙ୍କୁ ପୁଅର ଏହି ସଫଳତା ବିଷୟରେ ପଚାରିଥିଲା ସେ କହିଥିଲେ ପୁଅ ପାଇଁ ମୁଁ ଗର୍ବିତ  । କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ବିଶାଖ ମଣ୍ଡଳ କମ୍ପ୍ୟୁଟର ସାଇନ୍ସର ଚତୁର୍ଥ ବର୍ଷର ଛାତ୍ର । ଚଳିତ ବର୍ଷ ସେପ୍ଟେମ୍ବରରେ ସେ ଫେସବୁକରେ କାମ କରିବା ପାଇଁ ଲଣ୍ଡନ ଯିବେ ।

ବିଶାଖ ମିଡିଆ ସାକ୍ଷାତକାରରେ କହିଛନ୍ତି, ମୋତେ ମଙ୍ଗଳବାର ଜବ୍ ଅଫ ମିଳିଛି । କରୋନା ମହାମାରୀ ସମୟରେ ଗତ ଦୁଇ ବର୍ଷରେ, ମୋତେ ଅନେକ ସଂସ୍ଥାରେ ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ମିଳିଲା ଏବଂ ଏହାଦ୍ୱାରା ମୋତେ ପାଠ ବାହାରେ ବି ଜ୍ଞାନ ଆରୋହଣରେ ସହାୟତା ମିଳିଲା  । ତେବେ ମଣ୍ଡଳଙ୍କୁ ଗୁଗଲ ଏବଂ ଆମାଜନ ଠାରୁ ମଧ୍ୟ ଜବ ଅଫର ମିଳିଥିଲା, କିନ୍ତୁ ସେ ଫେସବୁକର ଅଫରକୁ ସ୍ୱୀକାର କରିବା ଉଚିତ ମଣେ କଲେ  । କାରଣ ଫେସବୁକର ବାର୍ଷିକ ପ୍ୟାକେଜ ଅନ୍ୟ ଦୁଇ ଜଣଙ୍କ ତୁଳନାରେ ଅଧିକ ରହିଥିଲା  । ସେ କହିଛନ୍ତି ମୁଁ ସେପ୍ଟେମ୍ବରରେ ଫେସବୁକରେ ଜଏନ କରିବି  ।

ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ରାମପୁରହଟରେ ତାଙ୍କ ଘର ଏବଂ ସେ ଏକ ସାମାନ୍ୟ ପରିବାରରୁ ବିଲଙ୍ଗ କରୁଛନ୍ତି । ତାଙ୍କ ମା ଶିବାନୀ ମଣ୍ଡଳ ଅଙ୍ଗନବାଡିରେ କାମ କରନ୍ତି  । ସେ କହିଛନ୍ତି ତାଙ୍କ ପୁଅ ସବୁବେଳେ ପଢିବାରେ ବହୁତ ଦ୍ରୁତ ଥିଲା ଏବଂ ନିଜ ପୁଅର ଏହି ସଫଳତା ଦ୍ୱାରା ସେ ବହୁତ ଖୁସି ଅଛନ୍ତି  । ପରିବାର ପାଇଁ ଏହା ଗର୍ବର ବିଷୟ  । ତାକୁ ସଫଳ ହେବାକୁ ଦେଖିବା ପାଇଁ ଆମେ ବହୁତ ସଂଘର୍ଷ କରିଛୁ  । ସେ ନିଜ ପାଠପଢାକୁ ନେଇ ସବୁବେଳେ ଚିନ୍ତାଶୀଳ ଥିଲା  । ଦ୍ୱାଦଶରେ ଭଳ ନମ୍ବର ଏବଂ ଜେଇଇ ପରୀକ୍ଷାରେ ଭଲ ରାଙ୍କ ପରେ ତାକୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ଆଡମିଶନ ମିଳିଥିଲା  ।