ଜାତୀୟ ସ୍ତରରେ ଚମକିଲା ଯାଜପୁର, ଶତାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ବିରଜାକ୍ଷେତ୍ରର ପୁଅ, ଝିଅ

ଯାଜପୁର: ଯାଜପୁର ଯୁବକ, ଯୁବତୀଙ୍କୁ ଜାତୀୟ ସ୍ତରର ସଫଳତା । ବିରଜା କ୍ଷେତ୍ରର ନାଁ ଉଚ୍ଚା କଲେ ନିରୁପମା ଓ ଅମରେଶ । ପୁନେରେ ଆୟୋଜିତ ଏକ ଫିଟନେସ ପ୍ରତିଯୋଗୀତାରେ ଶତାଧିକ ଅଂଶଗ୍ରହଣକାରୀଙ୍କୁ ପଛରେ ପକାଇଲେ ଏହି ଦୁଇ ଯୁବ ପ୍ରତୀଭା  । ଏହି ବିଜୟ ପାଇଁ ଏବେ ଦୁହିଁଙ୍କୁ ଛୁଟୁଛି ପ୍ରଶଂସାର ସୁଅ ।

ମହାରାଷ୍ଟ୍ର ପୁନେରେ ଆୟୋଜିତ ହୋଇଥିଲା ଇନଫ୍ଲୋଲେନ୍ସ ଫିଟନେସ ୨୦୨୦ ପ୍ରତିଯୋଗୀତା । ଏଥିରେ ଅଂଶଗ୍ରହଣ କରିଥିଲେ ଶତାଧିକ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଯୋଗୀ । ହେଲେ ସମସ୍ତଙ୍କୁ ପଛରେ ପକାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଯାଜପୁରବାସୀ ଅଚ୍ୟୁତାନନ୍ଦ ପତିଙ୍କ ଝିଅ ନିରୁପମା ମହାନ୍ତି । ସେହିଭଳି ପୁରୁଷ ବିଭାଗରେ ପାଟପୁର ଗାଁର ବିମ୍ବାଧର ମହାନ୍ତିଙ୍କ ପୁଅ ଅମରେଶ ମଧ୍ୟ ଏହି ପ୍ରତିଯୋଗୀତାରେ ଶୀମାନ ଇଣ୍ଡିଆ ଭାବେ ବିଜୟୀ ହୋଇଛନ୍ତି  ।

ପୂର୍ବରୁ ନିରୁପମା ପୁଣେରେ ଆୟୋଜିତ ହୋଇସାରିଥିବା ମିସେସ ମହାରାଷ୍ଟ୍ର  ଓ ମିସେସ କନଫିଡେଣ୍ଟ ମୁକୁଟ ପିନ୍ଧି ସାରିଛନ୍ତି । ନିଜ ବୃତ୍ତିଗତ ଜୀବନ ସହ ନିରୁପମାଙ୍କ ଫ୍ୟାସନ ପ୍ରତି ଦୁର୍ବଳତା ରହିଛି  । ସେ ଏବେ ଅନେକ ଆଲବମ ଗୀତ ପାଇଁ ଅଫର ପାଇବା ସହ ସର୍ବଭାରତୀୟ ସ୍ତରରେ ବିଜ୍ଞାପନ ସୁଟିଂ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସେହିଭଳି ଅମରେଶ ମଧ୍ୟ ନିଜ ପରିବାର ଦାୟିତ୍ୱ ସୂଚାରୁରୂପେ ତୁଳାଇବା ସହ ପ୍ରତିଯୋଗୀତା ପାଇଁ ଉପଯୁକ୍ତ ସମୟ ଦେଇ ଆସୁଥିଲେ । ଏଥିରେ ପରିବାର ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଆସୁଥିଲେ । ତେବେ ଉଭୟଙ୍କ ସଫଳତା ପାଇଁ ପରିବାର ଠାରୁ ଜିଲ୍ଲାବାସୀ ନିଜକୁ ଗୌରବନ୍ୱିତ ମନେକରିଛନ୍ତି  ।

Leave a Reply